ଗୋଆରେ ଏବେ ରାଜନୈତିକ ସଙ୍କଟ

ଗୋଆ: ଜୁଲାଇ ୧୧: ମହାରାଷ୍ଟ୍ର ପରେ ଗୋଆରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଗୋଆରେ କଂଗ୍ରେସ ସଙ୍କଟର ସମ୍ମୁଖୀନ ହୋଇଛି । ୧୧ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଯଦିଓ କଂଗ୍ରେସ ଆକ୍ସନ ମୋଡ କୁ ଆସିଛି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ସୂଚନା ଅନୁସାରେ, ଆଉ ୩ କଂଗ୍ରେସ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ […]

Samaya Live Picture
Published On

ଗୋଆ: ଜୁଲାଇ ୧୧: ମହାରାଷ୍ଟ୍ର ପରେ ଗୋଆରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଗୋଆରେ କଂଗ୍ରେସ ସଙ୍କଟର ସମ୍ମୁଖୀନ ହୋଇଛି । ୧୧ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଯଦିଓ କଂଗ୍ରେସ ଆକ୍ସନ ମୋଡ କୁ ଆସିଛି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ସୂଚନା ଅନୁସାରେ, ଆଉ ୩ କଂଗ୍ରେସ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ ପାଇଁ ପ୍ରୟାସ ଚଳାଇ ଥିବା ଚର୍ଚ୍ଚା ହେଉଛି । ଗୋଟିଏ ପଟେ ବିରୋଧୀଦଳ ନେତା ପଦରୁ ମାଇକେଲ ଲୋବୋଙ୍କୁ କଂଗ୍ରେସ ହଟାଇ ଥିବାବେଳେ ଅନ୍ୟପଟେ ବିଦ୍ରୋହର ନେତୃତ୍ୱ ନେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ । ସେପଟେ ଦଳବଦଳ କଟକଣାରୁ ବର୍ତ୍ତିବାକୁ ୮ ବିଧାୟକଙ୍କ ସମର୍ଥନ ଯୋଗାଡ଼ରେ ବିଦ୍ରୋହୀ ଲାଗି ପଡ଼ିଛନ୍ତି । ଏସବୁ ଭିତରେ ସ୍ଥିତି ସମ୍ଭାଳିବା ପାଇଁ ମୁକୁଲ ୱାସନିକଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗୋଆ ପଠାଇଛନ୍ତି । କଂଗ୍ରେସର ଅଭିଯୋଗ, ଦଳର ୨ ଜଣ ବିଧାୟକ ମାଇକେଲ ଲୋବୋ ଓ ଦିଗମ୍ବର କାମାତଙ୍କ ସହ ମିଶି ଷଡ଼ଯନ୍ତ୍ର ରଚିଛନ୍ତି । କଂଗ୍ରେସ ବିଧାୟକ ଦିଗମ୍ବର କାମାତ, ମାଇକେଲ ଲୋବୋ, କେଦାର ନାଏକ ଓ ଦଲିଲା ଲୋବୋ ଏବେ ବିଦ୍ରୋହୀ ଗୋଷ୍ଠୀର ହୋଇଥିବା ବେଳେ ଆଉ ୩ କଂଗ୍ରେସ ବିଧାୟକଙ୍କ ଉପରେ ବିଜେପିର ନଜର ଥିବା ଚର୍ଚ୍ଚା ହେଉଛି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ପାଖରେ ୧୧ ଜଣ ବିଧାୟକ ଅଛନ୍ତି । ସେହିପରି ବିଜେପି ମେଣ୍ଟ ପାଖରେ ୨୫ ଜଣ ବିଧାୟକ ଅଛନ୍ତି । ହେଲେ କଂଗ୍ରେସର ୧୧ ବିଧାୟକଙ୍କ ମଧ୍ୟରୁ ବିରୋଧୀଦଳ ନେତା ମାଇକେଲ ଲୋବୋଙ୍କ ସମେତ ୫ ବିଧାୟକ ବିଜେପିରେ ସାମିଲ ନେଇ ଚର୍ଚ୍ଚା ହେଉଛି । ଫଳରେ ତାଙ୍କୁ ବିରୋଧୀଦଳ ନେତା ପଦରୁ ହଟାଇ ଦିଆଯାଇଛି । ଗୋଆର ରାଜନୈତିକ ସଙ୍କଟ ଆଗକୁ କଣ ହେବ ତାହାକୁ ନେଇ ଏବେ କଳ୍ପାଜଳ୍ପନା ଲାଗି ରହିଛି ।