ସାଧାରଣ ବଜେଟ ୨୦୨୩: ୭ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
ନୂଆଦିଲ୍ଲୀ : ଆଜି ୨୦୨୩ -୨୪ ବର୍ଷ ପାଇଁ ସାଧାରଣ ବଜେଟ୍ଉ ପସ୍ଥାପିତ ହୋଇଛି I ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ଏଥର ଟ୍ୟାକ୍ସ ସ୍ଲାବରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ ନୂତନ ଟିକସ ବ୍ୟବସ୍ଥା ଚୟନ କରୁଛନ୍ତି ସେମାନଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି ଏବଂ ଏଥିରେ ଅଧିକ ଟିକସ ଛାଡ କରାଯାଇଛି । ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ […]
ନୂଆଦିଲ୍ଲୀ : ଆଜି ୨୦୨୩ -୨୪ ବର୍ଷ ପାଇଁ ସାଧାରଣ ବଜେଟ୍ଉ ପସ୍ଥାପିତ ହୋଇଛି I ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ଏଥର ଟ୍ୟାକ୍ସ ସ୍ଲାବରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ ନୂତନ ଟିକସ ବ୍ୟବସ୍ଥା ଚୟନ କରୁଛନ୍ତି ସେମାନଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି ଏବଂ ଏଥିରେ ଅଧିକ ଟିକସ ଛାଡ କରାଯାଇଛି । ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟ୍ ଅନୁମୋଦନ ପାଇଁ ଅନୁମତି ନେଇଥିଲେ ।
କ୍ୟାବିନେଟ ବୈଠକ ପରେ ସଂସଦରେ ବଜେଟ୍ ଉପସ୍ଥାପନ କରାଯାଇଥିଲା । କ୍ରମାଗତ ପଞ୍ଚମ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିଲେ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ୍।
କେନ୍ଦ୍ର ସରକାର ବଜେଟରେ ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ କର ବ୍ୟବସ୍ଥା ଅଧୀନରେ ଟିକସଦାତାଙ୍କୁ ବଡ଼ ଆରାମ ପ୍ରଦାନ କରିଛନ୍ତି । ନୂତନ ଆୟକର ବ୍ୟବସ୍ଥା ଅଧୀନରେ ଟିକସ ଛାଡ ସୀମାକୁ ୨.୫୦ ଲକ୍ଷ ଟଙ୍କାରୁ ବଢ଼ାଇ ୭ ଲକ୍ଷ ଟଙ୍କା କରି ଦିଆଯାଇଛି। ସରକାରଙ୍କ ଘୋଷଣା ଅନୁଯାୟୀ, ୭ ଲକ୍ଷ ଟଙ୍କା ଯାଏ ବ୍ୟକ୍ତିଗତ ଆୟରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ। ତେବେ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୫% ଯାଏ ଟିକସ ଲାଗୁ ହୋଇପାରେ। ଯଦି ସେମାନେ ରିହାତି ସ୍କିମ ଯଥା ଗୃହ ଋଣ, ଏଲଆଇସି କିମ୍ବା ଆୟକର ରିଟର୍ଣ୍ଣର ୧୮୮ ସିସି ନିୟମ ଅଧୀନରେ ନ ଥିବେ, ତା’ହେଲେ ସେମାନଙ୍କୁ ୫% ଟିକସ ଦେବାକୁ ପଡ଼ିବ। ବାକି ଅନ୍ୟମାନଙ୍କୁ ୭ ଲକ୍ଷ ଟଙ୍କା ଯାଏ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ।
ସେହିପରି ବାର୍ଷିକ ୧୨ -୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ୨୦ ପ୍ରତିଶତ ହାରରେ ଟିକସ ଦିଆଯିବ I ବାର୍ଷିକ ଆୟ ୧୫ ଲକ୍ଷରୁ ଅଧିକ ଥିବା ଲୋକଙ୍କୁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ I




