ବଜେଟ ୨୦୨୩: ଆଉ ବର୍ଷେ ମାଗଣା ରାସନ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ (ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ଗରିବ ଲୋକଙ୍କୁ ବହୁତ ଆରାମ ପ୍ରଦାନ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଆଉ ବର୍ଷେ ପାଇଁ ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ‌ହେବାକୁ ଥିବା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ସରକାର ବହନ କରିବେ। କୋରୋନା ମହାମାରୀ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ (ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ଗରିବ ଲୋକଙ୍କୁ ବହୁତ ଆରାମ ପ୍ରଦାନ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଆଉ ବର୍ଷେ ପାଇଁ ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ‌ହେବାକୁ ଥିବା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ସରକାର ବହନ କରିବେ।
କୋରୋନା ମହାମାରୀ ସମୟରେ ଭାରତର ପ୍ରତ୍ୟେକ ଘରେ ଯେପରି କାହାକୁ ଭୋକିଲା ଶୋଇବାକୁ ନପଡେ, ତାହାକୁ ଧ୍ୟାନରେ ରଖି ମୋଦୀ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ଏଥିରେ ଗରିବ କିମ୍ବା ଅଭାବୀ ଲୋକଙ୍କୁ ୫ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ଦେବାର ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ରାସନର ସୁବିଧା ଦିଆଯାଉଛି । ସେପ୍ଟେମ୍ବର ୨୦୨୨ ରେ ଏହି ଯୋଜନା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ପରେ ସରକାର ଏହାକୁ ଆହୁରି ବଢ଼ାଇ ଦେଇଥିଲେ ।

Tags: