ବିଶ୍ୱର୨ୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ହେଲେ ଦୁନିଆର ଦ୍ଵିତୀୟ ଧନୀ ବ୍ୟକ୍ତି I ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ I ଗୋଟିଏ ମାସ ଭିତରେ ଆଦାନୀ ଆଉ ଏକ ବିଲିୟନେୟାରଙ୍କୁ ପଛରେ ପକାଇଏହି ସଫଳତା ପାଇଛନ୍ତି । ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଜୁଲାଇରେ ପ୍ରକାଶିତ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିଲେ। ଏବେ ଆମାଜନ୍‌ […]

Samaya Live Picture
Published On

ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ହେଲେ ଦୁନିଆର ଦ୍ଵିତୀୟ ଧନୀ ବ୍ୟକ୍ତି I ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ I ଗୋଟିଏ ମାସ ଭିତରେ ଆଦାନୀ ଆଉ ଏକ ବିଲିୟନେୟାରଙ୍କୁ ପଛରେ ପକାଇଏହି ସଫଳତା ପାଇଛନ୍ତି । ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଜୁଲାଇରେ ପ୍ରକାଶିତ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିଲେ। ଏବେ ଆମାଜନ୍‌ ପ୍ରତିଷ୍ଠାତା ଜେବ୍‌ ବେଜସଙ୍କୁ କାଟି ବିଶ୍ୱର ୨ୟ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି I

ଫୋର୍ବସ୍ ରିଅଲ୍ ଟାଇମ୍ ଅନୁଯାୟୀ, ଗୌତମ ଆଦାନୀ ୧୫୫ .୫ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଏହି ପଦ ହାସଲ କରିଛନ୍ତି। ସେ ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ତେବେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ସେ ୧୪୯ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଅଟନ୍ତି। ତେବେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଥିବା ଟେସଲା ଏବଂ ସ୍ପେସ୍‌ ଏକ୍ସ ସିଇଓ ଏଲୋନ୍ ମସ୍କ ଏବେ ବି ଧନୀ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ତାଲିକାରେ ଜଣେ ଭାରତୀୟ ପ୍ରଥମ ଥର ଏହି ସ୍ଥାନରେ ପହଞ୍ଚିଛନ୍ତି।

ପ୍ରଥମ ଧନୀ ଏଲୋନ ମସ୍କଙ୍କ ନେଟ ୱର୍ଥ ୨୭୩.୫ ବିଲିୟନ ଡଲାର ଥିବାବେଳେ ୨ୟ ଧନୀ ଗୌତମ ଆଦାନୀଙ୍କ ନେଟ ୱର୍ଥ ରହିଛି ୧୫୪.୭ ବିଲିଅନ ଡଲାର। ତୃତୀୟ ସ୍ଥାନରେ ଫ୍ରାନ୍ସର ବର୍ଣ୍ଣାଟ ଅର୍ଣ୍ଣଲ୍‌ଟ ଥିବାବେଳେ ୪ର୍ଥ ସ୍ଥାନରେ ଅଛନ୍ତି ଆମାଜନ ପ୍ରତିଷ୍ଠାତା ଜେବ୍‌ ବେଜସ। ଏବେ ବେଜସଙ୍କ ନେଟ ୱର୍ଥ ୧୫୦ ବିଲିୟନ ଡଲାର ରହିଛି। ଅନ୍ୟପକ୍ଷେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ନେଟ ୱର୍ଥ ୯୨ ବିଲିୟନ ଡଲାର ସହ ୮ମ ସ୍ଥାନରେ ରହିଛନ୍ତି। ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଛନ୍ତି। ଚଳିତବର୍ଷ ଫେବ୍ରୁଆରୀରେ ସେ ଏସିଆର ସବୁଠାରୁ ଧୀନ ବ୍ୟକ୍ତିର ମାନ୍ୟତା ପାଇଥିଲେ। ମାର୍ଚ୍ଚ ୨୦୨୨ ଷ୍ଟକ ଏକ୍ସଚେଞ୍ଜ ଫାଇଲିଂ ଅନୁସାରେ ଆଦାନୀ ଏଣ୍ଟର ପ୍ରାଇଜର୍ସ, ଆଦାନୀ ପାୱାର ଓ ଆଦାନୀ ଟ୍ରାନ୍ସମିସନରେ ତାଙ୍କର ୭୫ ପ୍ରତିଶତ ଅଂଶୀଦାରୀ ରହିଛି। ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ ୱର୍ଥ ୧୦୦ ବିଲିୟନ ଡଲାର ଟପିଥିଲା। ପରେ ସେ ବିଲ୍‌ଗେଟ୍‌ସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିବା ପରେ ଅଗଷ୍ଟରେ ୩ୟ ଏବଂ ସେପ୍ଟେମ୍ବରରେ ୨ୟ ସ୍ଥାନକୁ ଉଠିଛନ୍ତି।

ବର୍ତ୍ତମାନ ଆଦାନୀଙ୍କ ଆଗରେ କେବଳ ଟେସଲା ସିଇଓ ଏଲୋନ୍ ମସ୍କ ଆଗରେ ଅଛନ୍ତି। ସୂଚନାଯୋଗ୍ୟ ଯେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଆଦାନୀ ପାଞ୍ଚ ବିଲିୟନେୟାରଙ୍କ ମଧ୍ୟରୁ ଜଣେ, ଯାହାର ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ। ସେମାନଙ୍କ ବ୍ୟତୀତ ଏଲୋନ୍ ମସ୍କ, ଜେଫ୍ ବେଜୋସ୍, ବର୍ନାର୍ଡ ଆର୍ନାଲ୍ଟ୍ ଏବଂ ବିଲ୍ ଗେଟ୍ସ ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ରହିଛନ୍ତି I