କଡ଼ାକଡ଼ି ହେଲା ସକଡ଼ ଓ ପରିବହନ ନିୟମ, ଏଣିକି କାର୍ ପଛପଟ ଯାତ୍ରୀ ପିନ୍ଧିବେ ସିଟ୍ ବେଲ୍ଟ
ଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ କାର୍ ଦୁର୍ଘଟଣା ପରେ ଦେଶରେ ସକଡ଼ ଓ ପରିବହନ ନିୟମକୁ କଡ଼ାକଡ଼ି କରାଯାଇଛି । କାର୍ରେ ସିଟ୍ ବେଲ୍ଟ ନପିନ୍ଧି ଥିବାରୁ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା । ଏହାର ଗୁରୁତ୍ୱକୁ ବୁଝି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଶରେ ସଡ଼କ ନିୟମକୁ ଅଧିକ ଗୁରୁତର ସହିତ ନେଇଛନ୍ତି । ନିୟମ ଅନୁସାରେ, କାର୍ ପଛ ସିଟ୍ରେ ବସିଥିବା ଯାତ୍ରୀ ସିଟ୍ […]
ଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ କାର୍ ଦୁର୍ଘଟଣା ପରେ ଦେଶରେ ସକଡ଼ ଓ ପରିବହନ ନିୟମକୁ କଡ଼ାକଡ଼ି କରାଯାଇଛି । କାର୍ରେ ସିଟ୍ ବେଲ୍ଟ ନପିନ୍ଧି ଥିବାରୁ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା । ଏହାର ଗୁରୁତ୍ୱକୁ ବୁଝି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଶରେ ସଡ଼କ ନିୟମକୁ ଅଧିକ ଗୁରୁତର ସହିତ ନେଇଛନ୍ତି ।
ନିୟମ ଅନୁସାରେ, କାର୍ ପଛ ସିଟ୍ରେ ବସିଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବେ । ଏଥିରୁ ବ୍ୟତିକ୍ରମ ହେଲେ ଫାଇନ୍ ଦେବାକୁ ପଡ଼ିବ । ଏଥିପାଇଁ ସର୍ବନିମ୍ନ ୧,୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ଏଣୁ କାର୍ ପଛ ସିଟ୍ରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ । କି;ୁ ଅନେକ ଲୋକ ଏହାକୁ ପାଳନ କରୁନାହାନ୍ତି । ସାମ୍ନାରେ ବସିଥିବା ଯାତ୍ରୀମାନେ ସିଟ୍ ବେଲ୍ଟ ନପିନ୍ଧିଲେ ଯେପରି ସାଇରନ୍ ବାଜୁଛି, ସେପରି ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସାଇରନ୍ ବାଜିବ । ଯେଉଁମାନେ ପଛ ସିଟ୍ରେ ବସିଥିବେ ଓ ସିଟ୍ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ । ଫାଇନ୍ ଆଦାୟ ନୁହେଁ, ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୃତୁ୍ୟ ସଂଖ୍ୟା ପ୍ରାୟ ୫୦%କୁ ହ ୍ରାସ କରିବାକୁ ଲକ୍ଷ୍ୟ ରହିଛି । ହାଇେୱ ପୋଲିସ୍ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ୫୯ ହଜାରରୁ ଅଧିକ ଓ ୮୦ ହଜାର ଗୁରୁତର ଆହତ ହୋଇଛନ୍ତି ବୋଲି ସେ କହିଥିଲୋ ।




