ଆଉ ମିଳିବନି ମାଗଣା ରାସନ୍
ନୂଆଦିଲ୍ଲୀ: ଜୁନ ୨୫: ରିଜର୍ଭ ବ୍ୟାଙ୍କ ପରେ ଏବେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି । କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଦିଆଯାଉଛି । ତେବେ ସେପେଫମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି । କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ଧରଣର ଟିକସ ହ ୍ରାସକୁ […]
ନୂଆଦିଲ୍ଲୀ: ଜୁନ ୨୫: ରିଜର୍ଭ ବ୍ୟାଙ୍କ ପରେ ଏବେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି । କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଦିଆଯାଉଛି । ତେବେ ସେପେଫମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି । କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ଧରଣର ଟିକସ ହ ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି । ଏସବୁ ଦ୍ୱାରା କେବଳ ବିତ୍ତୀୟ ସ୍ଥିତି ବିଗିଡ଼ିବ ବୋଲି କହିଛନ୍ତି ବ୍ୟୟ ବିଭାଗ । ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ସଂଶୋଧିତ ଅଟକଳରେ ଖାଦ୍ୟ ସବସିଡି ବାବଦ ବ୍ୟୟ ୨.୮୬ ଲକ୍ଷ କୋଟି ଟଙ୍କା ରହିଥିଲା । ୨୦୨୨-୨୩ରେ ଏ ବାବଦ ବ୍ୟୟ ୨.୦୭ କୋଟି ଟଙ୍କା ରହିବାନେଇ ବଜେଟରେ ଆକଳନ କରାଯାଇଛି । କି;ୁ, ସେପେଫମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା ବୃଦ୍ଧି କରାଯାଇଥିବାରୁ ଉକ୍ତ ସବସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ସେପେଫମ୍ବର ମାସ ପରେ ଯଦି ଉକ୍ତ ଯୋଜନାକୁ ଆଉ ୬ ମାସ ବଢାଇ ଦିଆଯାଏ, ତାହେଲେ ସବସିଡି ବୋଝ ଆଉ ୮୦ ହଜାର କୋଟି ଟଙ୍କା ୨୦୨୨-୨୩ ବର୍ଷରେ ବିଯିବ । ଅର୍ଥାତ ଖାଦ୍ୟ ସବସିଡି ବାବଦ ଖର୍ଚ୍ଚ ୩.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ । ତେଣୁ ସେପେଫମ୍ବର ପରେ ଉକ୍ତ ଯୋଜନାର ଅବଧି ଉଭୟ ଖାଦ୍ୟ ସୁରକ୍ଷା ଓ ବିତ୍ତୀୟ ଦୃଷ୍ଟିକୋଣରୁ ବୃଦ୍ଧି କରିବା ଠିକ ହେବନାହିଁ ବୋଲି ଅର୍ଥ ମନ୍ତ୍ରାଳୟ କହିଛି ।




