ଛତିଶଗଡ଼ ପାୱାର ପ୍ଲାଣ୍ଟ୍ରେ ଲିଫ୍ଟ ଖସି ୪ ଶ୍ରମିକଙ୍କ ମୃତ୍ୟୁ
ରାୟପୁର: ଛତିଶଗଡ଼ ଶକ୍ତି ଜିଲ୍ଲାର ଡବରା ଅଞ୍ଚଳ ସ୍ଥିତ ଆରକେଏମ୍ ପାୱାରଜେନ୍ ପ୍ରାଇଭେଟ୍ ଲିମିଟେଡ୍ରେ ଏକ ଲିଫ୍ଟ ପ୍ରାୟ ୪୦ ମିଟର ଉଚ୍ଚତାରେ ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଶକ୍ତି ଏସ୍ପି ଅଙ୍କିତା ଶର୍ମା କହିଛନ୍ତି, ଉଚପିଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି। ବଏଲର ସେକ୍ସନ୍ର ଏକ ଲିଫ୍ଟ ପ୍ରାୟ ୧୦ ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଏହା ଖସି ପଡ଼ିଥିଲା। ଫଳରେ ଏହି ଘଟଣାରେ […]
ରାୟପୁର: ଛତିଶଗଡ଼ ଶକ୍ତି ଜିଲ୍ଲାର ଡବରା ଅଞ୍ଚଳ ସ୍ଥିତ ଆରକେଏମ୍ ପାୱାରଜେନ୍ ପ୍ରାଇଭେଟ୍ ଲିମିଟେଡ୍ରେ ଏକ ଲିଫ୍ଟ ପ୍ରାୟ ୪୦ ମିଟର ଉଚ୍ଚତାରେ ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଶକ୍ତି ଏସ୍ପି ଅଙ୍କିତା ଶର୍ମା କହିଛନ୍ତି, ଉଚପିଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି। ବଏଲର ସେକ୍ସନ୍ର ଏକ ଲିଫ୍ଟ ପ୍ରାୟ ୧୦ ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଏହା ଖସି ପଡ଼ିଥିଲା। ଫଳରେ ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ଦୁର୍ଘଟଣା ସମୟରେ ଲିଫ୍ଟରେ ୧୦ ଜଣ ଶ୍ରମିକ ଥିଲେ। ସେମାନେ କାମ ଶେଷ କରି ତଳକୁ ଆସୁଥିବା ବେଳେ ହଠାତ ଲିଫ୍ଟ ଛିଣ୍ଡି ପଡ଼ିଥିଲା। ସମସ୍ତଙ୍କୁ ରାୟଗଡ଼ ଜିଲ୍ଲାର ଜିନ୍ଦଲ ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୬ ଜଣ ଆହତ ଏବେ ଚିକିତ୍ସାଧୀନ ଅଛନ୍ତି।




