ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଆଜି ସକାଳ 8.20 ରେ ଦେହାନ୍ତ ହୋଇଛି। ସେ 80 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ର ରାଜ୍ୟ ୟୁନିଟର ସଚିବ ମହମ୍ମଦ ସଲିମ ଏହି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ ବାମପନ୍ଥୀ 34 ବର୍ଷର ଶାସନ କାଳରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦ୍ୱିତୀୟ ତଥା ଶେଷ ମୁଖ୍ୟମନ୍ତ୍ରୀ ଥିଲେ। ସେ 2000 ରୁ 2011 […]

Samaya Live Picture
Published On

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଆଜି ସକାଳ 8.20 ରେ ଦେହାନ୍ତ ହୋଇଛି। ସେ 80 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ର ରାଜ୍ୟ ୟୁନିଟର ସଚିବ ମହମ୍ମଦ ସଲିମ ଏହି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ ବାମପନ୍ଥୀ 34 ବର୍ଷର ଶାସନ କାଳରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦ୍ୱିତୀୟ ତଥା ଶେଷ ମୁଖ୍ୟମନ୍ତ୍ରୀ ଥିଲେ। ସେ 2000 ରୁ 2011 ପର୍ଯ୍ୟନ୍ତ ଲଗାତାର 11 ବର୍ଷ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପତ୍ନୀ ମୀରା ଏବଂ ଝିଅ ସୁଚେତନା ଅଛନ୍ତି।

Tags: