ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ

ଗୁରୁଗ୍ରାମ : ଜେଡିୟୁ ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଆଉ ନାହାଁନ୍ତି। ଗୁରୁବାର ରାତିରେ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ତାଙ୍କ ଝିଅ ସୁଭାଷିନୀ ଶରଦ ଯାଦବ ଟୁଇଟ କରି ସୂଚନା ଦେଇଛନ୍ତି । ସୁଭାଷିନୀ ତାଙ୍କ […]

Samaya Live Picture
Published On

ଗୁରୁଗ୍ରାମ : ଜେଡିୟୁ ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଆଉ ନାହାଁନ୍ତି। ଗୁରୁବାର ରାତିରେ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ତାଙ୍କ ଝିଅ ସୁଭାଷିନୀ ଶରଦ ଯାଦବ ଟୁଇଟ କରି ସୂଚନା ଦେଇଛନ୍ତି । ସୁଭାଷିନୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ପାପା ଆଉ ନାହାନ୍ତି । ତାଙ୍କ ମୃତଦେହ ଦିଲ୍ଲୀର ଛତ୍ରପୁରସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା ଯେଉଁଠାରେ ଲୋକମାନେ ସେମାନଙ୍କର ଶେଷ ସମ୍ମାନ ଜଣାଇ ପାରିବେ।

ସେ ଲୋକସଭାକୁ ୭ ଥର ଏବଂ ରାଜ୍ୟସଭାକୁ ୩ଥର ନିର୍ବାଚିତ ହୋଇଥିଲେ । ସେ ବିହାର ଶାସକ ଦଳ ଜେଡିୟୁର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବିଜେପି ସହ ହାତ ମିଳାଇବା ପରେ ଦଳ ପରିତ୍ୟାଗ କରିଥିଲେ । ୨୦୧୮ ମସିହାରେ ସେ ଲୋକତାନ୍ତ୍ରିକ ଜନତା ଦଳ ପ୍ରତିଷ୍ଠା କରିଥିଲେ ।

ଏହାର ୨ବର୍ଷ ପରେ ସେ ତାଙ୍କ ଦଳକୁ ଆରଜେଡି ସହ ସାମିଲ କରିଥିଲେ । ସ୍ୱର୍ଗତ ଯାଦବ ରାମ ମନୋହର ଲୋହିଆଙ୍କ ଆର୍ଦଶରେ ଅନୁପ୍ରାଣିତ ଥିଲେ ।

Tags: