ଦୀପରୁ ନିଆଁ ଲାଗି ପୂର୍ବ କେନ୍ଦ୍ର ମନ୍ତ୍ରୀ ଗିରିଜା ବ୍ୟାସ ଗୁରୁତର
ନୂଆଦିଲ୍ଲୀ : ଦୀପ ନିଆଁରୁ ଅଘଟଣ I ପୂଜା ସମୟରେ ଦୀପରୁ ନିଆଁ ଲାଗି ଗୁରୁତର ହୋଇପଡିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଗିରିଜା ବ୍ୟାସ। ଗୁରୁତର ଅବସ୍ଥାରେ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହରେ ପ୍ରାୟ ୮୯ ପ୍ରତିଶତ ଜାଳି ଯାଇଥିବା ନେଇ ତାଙ୍କ ପରିବାର ସୂତ୍ରରୁ ଜଣା ପଡିଛି । ସୂଚନା ଅନୁସାରେ, ୭୮ ବର୍ଷୀୟ ଗିରିଜା ପୂଜାଘରେ ଆଳତି କରୁଥିଲେ। ଏହି ସମୟରେ ତଳେ ଜଳୁଥିବା ଏକ […]
ନୂଆଦିଲ୍ଲୀ : ଦୀପ ନିଆଁରୁ ଅଘଟଣ I ପୂଜା ସମୟରେ ଦୀପରୁ ନିଆଁ ଲାଗି ଗୁରୁତର ହୋଇପଡିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଗିରିଜା ବ୍ୟାସ। ଗୁରୁତର ଅବସ୍ଥାରେ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହରେ ପ୍ରାୟ ୮୯ ପ୍ରତିଶତ ଜାଳି ଯାଇଥିବା ନେଇ ତାଙ୍କ ପରିବାର ସୂତ୍ରରୁ ଜଣା ପଡିଛି ।
ସୂଚନା ଅନୁସାରେ, ୭୮ ବର୍ଷୀୟ ଗିରିଜା ପୂଜାଘରେ ଆଳତି କରୁଥିଲେ। ଏହି ସମୟରେ ତଳେ ଜଳୁଥିବା ଏକ ଦୀପରୁ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ସେ ଚିତ୍କାର କରିଥିଲେ। ପରିବାର ଲୋକେ ତୁରନ୍ତ ପହଞ୍ଚି ତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗିରିଜା ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷା ଭାବେ କାର୍ଯ୍ୟ ନିବାହ କରିଛନ୍ତି। ତା’ ସହିତ ସେ ଜାତୀୟ ମିହଳା ଆୟୋଗ ଅଧ୍ୟକ୍ଷା ଭାବେ ମଧ୍ୟ ନିଯୁକ୍ତ ଥିଲେ।




