ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ

ନୂଆଦିଲ୍ଲୀ:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ ପରଲୋକ। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ।ଏହା ପୂର୍ବରୁ ସେ ଭାରତର ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ରହିଥିଲେ। ଦେଶର ଅର୍ଥନୀତିକୁ ସଂକଟରୁ ଉଦ୍ଧାର କରି ଆଗକୁ ନେବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।ଦେଶର ଅର୍ଥନୈତିକ ସଂସ୍କାରର ସେ ଥିଲେ ସୂତ୍ରଧର ଯାହାକି […]

Samaya Live Picture
Published On

ନୂଆଦିଲ୍ଲୀ:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ ପରଲୋକ। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ।ଏହା ପୂର୍ବରୁ ସେ ଭାରତର ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ରହିଥିଲେ। ଦେଶର ଅର୍ଥନୀତିକୁ ସଂକଟରୁ ଉଦ୍ଧାର କରି ଆଗକୁ ନେବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।ଦେଶର ଅର୍ଥନୈତିକ ସଂସ୍କାରର ସେ ଥିଲେ ସୂତ୍ରଧର ଯାହାକି ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛି। ଭାରତକୁ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବରେ ଗଢି ତୋଳିଛି। ନମ୍ରତା ଓ ବିଦବତ୍ତା ଡ଼କ୍ଟର ସିଂହଙ୍କ ବ୍ୟକ୍ତିତ୍ୱର ଉଜ୍ଜଳ ତମ ଦିଗ ଥିଲା। ତାଙ୍କର ବିୟୋଗରେ ଦେଶ ଜଣେ ମହାନ ବିଭୁତିଙ୍କୁ ହରାଇଛି।

Tags: