ପରଲୋକରେ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ

ନୂଆଦିଲ୍ଲୀ : ବରିଷ୍ଠ ଓକିଲ ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ମଙ୍ଗଳବାର ଦିନ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ପିତା ହେଉଛନ୍ତି ଶାନ୍ତି ଭୂଷଣ I ସେ ଓ ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ୨୦୧୨ରେ ଆମ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଅବଶ୍ୟ ପରେ ସେ ପାର୍ଟିରୁ ଅଲଗା ହୋଇ ଯାଇଥିଲେ । ଶାନ୍ତି ଭୂଷଣ ମଧ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ବରିଷ୍ଠ ଓକିଲ ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ମଙ୍ଗଳବାର ଦିନ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ପିତା ହେଉଛନ୍ତି ଶାନ୍ତି ଭୂଷଣ I ସେ ଓ ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ୨୦୧୨ରେ ଆମ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଅବଶ୍ୟ ପରେ ସେ ପାର୍ଟିରୁ ଅଲଗା ହୋଇ ଯାଇଥିଲେ ।

ଶାନ୍ତି ଭୂଷଣ ମଧ୍ୟ ତାଙ୍କ ସମୟରେ ଅନେକ ହାଇପ୍ରୋଫାଇଲ ମାମଲା ଲଢ଼ିଥିଲେ। ସେ ଆହ୍ଲାବାଦ ହାଇକୋର୍ଟରେ ଏକ ମାମଲାରେ ରାଜ ନାରାୟଣଙ୍କ ପ୍ରତିନିଧିତ୍ୱ କରିଥିଲେ, ଯାହା ଫଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅବସାନ ଘଟିଥିଲା।

ରାମ ମନୋହର ଲୋହିଆଙ୍କ ଏସଏସପି ନେତା ରାଜ ନାରାୟଣ ରା ବରେଲି ଲୋକସଭା ଆସନରୁ ଇନ୍ଦିରା ଗାନ୍ଧୀଙ୍କୁ ହରାଇଥିଲେ। ଏହା ପରେ ସେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ବର୍ଜନ କରିବାକୁ ଆବେଦନ କରିଥିଲେ। ଶାନ୍ତି ଭୂଷଣ ଏହି ମାମଲାର ଓକିଲ ଥିଲେ।

ସୂଚନାନୁସାରେ ୧୯୭୪ରେ ଶାନ୍ତି ଭୂଷଣ ଆହ୍ଲାବାଦ ହାଇକୋର୍ଟରେ ଇନ୍ଦିରା ଗାନ୍ଧୀଙ୍କ ବିପକ୍ଷରେ ରାଜନାରାୟଣଙ୍କ ପ୍ରତିନିଧିତ୍ୱ କରିଥିଲେ । ତାଙ୍କର ବଳିଷ୍ଠ ଉପସ୍ଥାପନ ଯୋଗୁ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆ ଯାଇଥିଲା ।

୧୯୮୦ରେ ସେ ସେଂଟର ଫର ପବ୍ଲିକ ଇଂଟ୍ରେଷ୍ଟ ଲିଟିଗେସନ ପ୍ରତିଷ୍ଠା କରିଥିଲେ । ଶାନ୍ତିଭୂଷଣ କଂଗ୍ରେସ (ଓ) ଏବଂ ପରେ ଜନତା ଦଳର ସଦସ୍ୟ ରହିଥିଲେ । ସେ ରାଜ୍ୟସଭା ଏମପି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ୧୯୮୦ରେ ବିଜେପିରେ ଯୋଗ ଦେବା ପରେ ୮୬ରେ ଏଥିରୁ ଇସ୍ତଫା ଦେଇଥିଲେ ।

Tags: