ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଆଜି ସକାଳ ୮ଟା ୫୬ମିନିଟ୍‌ ରେ ଦିଲ୍ଲୀର ଦିଲ୍ଲୀ ସାର୍ ଗଙ୍ଗା ରାମ୍‌ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ପୁଅ ତଥା ଝାଡ଼ଖଣ୍ଡର ବର୍ତ୍ତମାନ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୂଚନା ଦେଇଛନ୍ତି । ସ୍ବର୍ଗତଃ ଶିବୁ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ରହିଥିଲେ । ସେ ଦୀର୍ଘଦିନରୁ […]

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ
Samaya Live Picture
Published On

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଆଜି ସକାଳ ୮ଟା ୫୬ମିନିଟ୍‌ ରେ ଦିଲ୍ଲୀର ଦିଲ୍ଲୀ ସାର୍ ଗଙ୍ଗା ରାମ୍‌ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ପୁଅ ତଥା ଝାଡ଼ଖଣ୍ଡର ବର୍ତ୍ତମାନ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୂଚନା ଦେଇଛନ୍ତି । ସ୍ବର୍ଗତଃ ଶିବୁ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ରହିଥିଲେ । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୩ ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ଶିବୁ ସୋରେନ । ୮ ଥର ଲୋକସଭା ଏବଂ ୩ ଥର ରାଜ୍ୟସଭା ସାଂସାଦ ରହିଥିଲେ ।

ଶିବୁ ସୋରେନ ଜୁଲାଇରେ କିଡନୀ ସମସ୍ୟାରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଦେଢ଼ ମାସ ତଳେ ତାଙ୍କୁ ଷ୍ଟ୍ରୋକ ହୋଇଥିଲା । ସେତେବେଳେ ଠାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ଗୋଟିଏ ମାସ ଧରି ଦିଲ୍ଲୀ ସାର୍ ଗଙ୍ଗା ରାମ୍‌ ହସ୍ପିଟାଲରେ ଲାଇଫ୍‌ ସପୋର୍ଟରେ ଥିଲେ । ଦୁଇଦିନ ତଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଶିବୁ ସୋରେନଙ୍କ ନିଧନରେ ପୁଅ ହେମନ୍ତ ସୋରେନ କହିଛନ୍ତି, ଆଦରଣୀୟ ଦିଶୋମ ଗୁରୁଜୀ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ଆଜି ମୁଁ ଶୂନ୍ୟ ହୋଇଗଲି ।

ଶିବୁ ସୋରେନ ଜେଏମଏମର ପ୍ରତିଷ୍ଠାତା । ଦୀର୍ଘ ୩୮ ବର୍ଷ ଧରି ସେ ଦଳର ମଙ୍ଗ ସମ୍ଭାଳିଥିଲେ । ଶିବୁ ସୋରେନଙ୍କ ଜନ୍ମ ଝାଡ଼ଖଣ୍ଡ ହଜାରିବାଗରେ ହୋଇଥିଲା । ୧୯୭୭ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ । ୧୯୮୦ ଯାଏଁ ଲଗାତାର ସାଂସଦ ରହିଥିଲେ । ଏହାପରେ ସେ ୩ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

Tags: