ଜାତିଗତ ଜନଗଣନାକୁ ପୂର୍ବତନ ସିଜେଆଇଙ୍କ ପ୍ରଶଂସା
ନୂଆଦିଲ୍ଲୀ : ଜାତି ଜନଗଣନାକୁ ନେଇ ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି.ରମନ୍ନାଙ୍କ ପ୍ରସଂଶା । ସେ କହିଛନ୍ତି,ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ଆବଶ୍ୟକୀୟ ପଦକ୍ଷେପ,ଯଦିଓ ଏହା ବହୁତ ଡେରି ହୋଇସାରିଛି । ଜାତି ଏବଂ ଜାତିଭିତ୍ତିକ ଭେଦଭାବ ଆମ ସମାଜର ଏକ କଠୋର ବାସ୍ତବତା। ଏବେ ଆମ ସମସ୍ତଙ୍କର ଏକାଠି କାମ କରିବାର ସମୟ ଆସିଛି। ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଐତିହାସିକ ନିଷ୍ପତ୍ତି ନିଆଯାଇଛି । […]
ନୂଆଦିଲ୍ଲୀ : ଜାତି ଜନଗଣନାକୁ ନେଇ ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି.ରମନ୍ନାଙ୍କ ପ୍ରସଂଶା । ସେ କହିଛନ୍ତି,ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ଆବଶ୍ୟକୀୟ ପଦକ୍ଷେପ,ଯଦିଓ ଏହା ବହୁତ ଡେରି ହୋଇସାରିଛି । ଜାତି ଏବଂ ଜାତିଭିତ୍ତିକ ଭେଦଭାବ ଆମ ସମାଜର ଏକ କଠୋର ବାସ୍ତବତା। ଏବେ ଆମ ସମସ୍ତଙ୍କର ଏକାଠି କାମ କରିବାର ସମୟ ଆସିଛି। ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଐତିହାସିକ ନିଷ୍ପତ୍ତି ନିଆଯାଇଛି ।
ଜାତି ଗଣନାକୁ ମନରେ ରଖି ପରବର୍ତ୍ତୀ ଜନଗଣନା କରିବାର ନିଷ୍ପତ୍ତି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜାତିକୁ ଏକ ପରିଚୟ ଭାବରେ ଗ୍ରହଣ କରି ଜନଗଣନା କରିବାର ନିଷ୍ପତ୍ତି ହେଉଛି ସଠିକ୍ ଦିଗରେ ନିଆଯାଇଥିବା ସଠିକ୍ ପଦକ୍ଷେପ । ମୁଁ ଆଶାବାଦୀ ଏହି ପଦକ୍ଷେପ ସାମାଜିକ-ଆର୍ଥିକ ବିଭାଜନକୁ ଦୂର କରିବାରେ ଏବଂ ସମାଜର ସମସ୍ତ ବର୍ଗକୁ କ୍ଷମତା ଏବଂ ସମୃଦ୍ଧିରେ ସେମାନଙ୍କର ନ୍ୟାର୍ଯ୍ୟ ଅଂଶ ପ୍ରଦାନ କରିବାରେ ବହୁତ ସାହାଯ୍ୟ କରିବ। ଆଗାମୀ ଜନଗଣନାରେ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଏହା କାର୍ଯ୍ୟ କରିବ । ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ସରକାରଙ୍କୁ ଅଭିନନ୍ଦନ।




