ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ

ଛତିଶଗଡ଼ : ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । ଶୁକ୍ରବାର ଦିନ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ସକାଳ ସାଢେ ୬ ଟାରେ ୩ଟି ଗାଡ଼ିରେ ତାଙ୍କ ଭିଲାଇ ସ୍ଥିତ ବାସଭବନରେ ଚଢାଉ କରିଥିଲେ ଇଡି ଅଧିକାରୀ । ତାଙ୍କ ନାଁରେ ବହୁକୋଟି ଟଙ୍କା ମଦ ଦୁର୍ନୀତି ଅଭିଯୋଗ ରହିଛି । PMLA ଆକ୍ଟରେ ତାଙ୍କୁ ଗିରଫ କରିଛି ଇଡି । […]

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ
Samaya Live Picture
Published On

ଛତିଶଗଡ଼ : ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । ଶୁକ୍ରବାର ଦିନ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ସକାଳ ସାଢେ ୬ ଟାରେ ୩ଟି ଗାଡ଼ିରେ ତାଙ୍କ ଭିଲାଇ ସ୍ଥିତ ବାସଭବନରେ ଚଢାଉ କରିଥିଲେ ଇଡି ଅଧିକାରୀ । ତାଙ୍କ ନାଁରେ ବହୁକୋଟି ଟଙ୍କା ମଦ ଦୁର୍ନୀତି ଅଭିଯୋଗ ରହିଛି । PMLA ଆକ୍ଟରେ ତାଙ୍କୁ ଗିରଫ କରିଛି ଇଡି । ସିଆରପିଏଫ ସୁରକ୍ଷାବଳୟ ଭିତରେ ବାସଭବନରେ ତଲାସୀ ଚାଲିଛି । ଏହି ସମୟରେ ଘର ଭିତରୁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏସମ୍ପର୍କରେ ଚୈତନ୍ୟଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ତାଙ୍କୁ ଗିରଫ କରାଯାଇଥିଲା।

ଅନ୍ୟପଟେ ଇଡି ଚଢ଼ାଉ ସମ୍ପର୍କରେ ଭୁପେଶ ବାଘଏଲ ନିଜ ଏକ୍ସ ହ୍ୟାଣ୍ଡେଲ ରେ ଲେଖିଛନ୍ତି ‘ଇଡି’ ଆସିଛି। ଆଜି ବିଧାନସଭା ଅଧିବେଶନର ଶେଷ ଦିନ। ଆଦାନୀଙ୍କ ପାଇଁ ତମନାରରେ ଗଛ କଟାଯିବା ପ୍ରସଙ୍ଗ ଆଜି ଉଠାଇବାର ଥିଲା। ‘ସାହେବ’ ଭିଲାଇ ବାସଭବନକୁ ଇଡି ପଠାଇଛନ୍ତି।

ଇଡି ସୂଚନାନୁସାରେ, ସରକାରୀ ଅଧିକାରୀ, ରାଜନେତା ଏବଂ ମଦ ବ୍ୟବସାୟୀମାନେ ଏକ ଯୋଜନା ଚଳାଇଥିଲେ । ଯାହା ଅଧୀନରେ ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ମଦ ବିକ୍ରୟରୁ ପ୍ରାୟ ୨ ,୧୬୧ କୋଟି ଟଙ୍କା ବେଆଇନ ଭାବରେ ଆଦାୟ କରାଯାଇଥିଲା। ଏହି ମାମଲାରେ ଇଡି ଏପର୍ଯ୍ୟନ୍ତ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି।

Tags: