ପୂର୍ବତନ ସିଡିଏସ୍‌ ବିପିନ ରାୱତଙ୍କ ମୃତ୍ୟୁ, ମନୁଷ୍ୟକୃତ ତ୍ରୁଟି ପାଇଁ ହୋଇଥିଲା ହେଲିକେପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ : ପୂର୍ବତନ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଖୁଲାସା । ବିପିନ ରାୱତଙ୍କ ହେଲିକେପ୍ଟର ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଜନିତ ନୁହେଁ ବରଂ ମନୁଷ୍ୟକୃତ ତ୍ରୁଟି ବୋଲି ଖୁଲାସା ହୋଇଛି । ୨୦୨୧ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନୁର ନିକଟରେ ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହିତ ତାଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଖୁଲାସା । ବିପିନ ରାୱତଙ୍କ ହେଲିକେପ୍ଟର ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଜନିତ ନୁହେଁ ବରଂ ମନୁଷ୍ୟକୃତ ତ୍ରୁଟି ବୋଲି ଖୁଲାସା ହୋଇଛି । ୨୦୨୧ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନୁର ନିକଟରେ ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣ ସହିଦ ହୋଇଥିଲେ । ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ ।

ଦୁର୍ଘଟଣାର ୩ ବର୍ଷ ପରେ ସାମ୍ନାକୁ ଆସିଥିବା ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାର କାରଣ ମାନବିକ ତ୍ରୁଟି ଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିକୁ କହିଛି ୨୦୧୮ ପରଠାରୁ ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣାର ତଦନ୍ତ କରାଯାଇଛି । ଶୀତକାଳୀନ ଅଧିବେଶନ ସମୟରେ ମଙ୍ଗଳବାର ସଂସଦରେ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏଥିରେ ତ୍ରୟୋଦଶ ପ୍ରତିରକ୍ଷା ଯୋଜନା ସମୟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାର ବିବରଣୀ ଦିଆଯାଇଛି । ଏହା ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣା ଘଟିଛି ।

ରିପୋର୍ଟରେ କୁହାଯାଇଛି ଯେ, ଏହି ଅନୁସନ୍ଧାନ କମିଟିଗୁଡିକର ରିପୋର୍ଟ ଦୁର୍ଘଟଣାର ପୁନରାବୃତ୍ତି ରୋକିବା ଉଦ୍ଦେଶ୍ୟରେ କରାଯାଇଥାଏ। ବାୟୁସେନା ପକ୍ଷରୁ ଏହାର ତଦନ୍ତ କରାଯାଇଥିବା ବେଳେ ବାୟୁସେନା ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରତିକାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଅଟେ।

ମାତ୍ର ଦୁର୍ଘଟଣା ପରେ ପରେ ହୋଇଥିବା ତଦନ୍ତ ରିପୋର୍ଟରେ ସିଡିଏସ୍‌ଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଥିଲା। ସେତେବେଳେ ପ୍ରକାଶିତ ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।

Tags: