ପ୍ରଥମ ଥର ପାଇଁ ଅନଲାଇନ ମାଧ୍ୟମରେ ହେବ ସେନାବାହିନୀ ନିଯୁକ୍ତି ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ ଅନଲାଇନ ମାଧ୍ୟମରେ ହେବାକୁ ଯାଉଛି ସେନା ବାହିନୀ ନିଯୁକ୍ତି ପରୀକ୍ଷା I ଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ମଧ୍ୟ ଅନଲାଇନ୍‌ ଟେଷ୍ଟ ହେବ ବୋଲି ସ୍ଥିର କରାଯାଇଛି । ଏହି ପରୀକ୍ଷା ଏପ୍ରିଲ ୧୭ ରୁ ୨୬ ତାରିଖ ମଧ୍ୟରେ ହେବାକୁ ଯାଉଛି I ଅନଲାଇନ୍ କମନ୍ ପ୍ରବେଶିକା ପରୀକ୍ଷା ପାଇଁ ସମଗ୍ର ଦେଶରେ ୧୭୬ ଟି ସ୍ଥାନରେ ୩୭୫ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ I ବୋଲି ଭାରତୀୟ […]

Samaya Live Picture
Published On

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ ଅନଲାଇନ ମାଧ୍ୟମରେ ହେବାକୁ ଯାଉଛି ସେନା ବାହିନୀ ନିଯୁକ୍ତି ପରୀକ୍ଷା I ଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ମଧ୍ୟ ଅନଲାଇନ୍‌ ଟେଷ୍ଟ ହେବ ବୋଲି ସ୍ଥିର କରାଯାଇଛି । ଏହି ପରୀକ୍ଷା ଏପ୍ରିଲ ୧୭ ରୁ ୨୬ ତାରିଖ ମଧ୍ୟରେ ହେବାକୁ ଯାଉଛି I ଅନଲାଇନ୍ କମନ୍ ପ୍ରବେଶିକା ପରୀକ୍ଷା ପାଇଁ ସମଗ୍ର ଦେଶରେ ୧୭୬ ଟି ସ୍ଥାନରେ ୩୭୫ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ I ବୋଲି ଭାରତୀୟ ସେନା ପକ୍ଷରୁ ପ୍ରକାଶ। ଅନଲାଇନ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ନିଯୁକ୍ତି ରାଲିକୁ ଡକାଯିବ । ନିଯୁକ୍ତି ରାଲିରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଟେଷ୍ଟ ହେବ । ଏହାପରେ ସଫଳ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ପ୍ରକାଶ ପାଇବ ।

Tags: