କାର-ଟ୍ରକ ମୁହାଁମୁହିଁ ଧକ୍କା ଗୋଟିଏ ପରିବାରରେ ୫ ମୃତ
ଉତ୍ତରପ୍ରଦେଶ : ଭୟଙ୍କର ସଡକ ଦୁର୍ଘଟଣା । କାରକୁ ସାମ୍ନା ପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ବାକି ଆଉ ୫ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ ଶାହାଜାହାନପୁର ମଦନପୁର ଉତ୍ତରପ୍ରଦେଶ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସୂଚନାନୁସାରେ,ଗତକାଲି ରାତିରେ ରିୟାସତ ନାମକ ବ୍ୟବସାୟୀ ନିଜ ପରିବାରକୁ […]
ଉତ୍ତରପ୍ରଦେଶ : ଭୟଙ୍କର ସଡକ ଦୁର୍ଘଟଣା । କାରକୁ ସାମ୍ନା ପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ବାକି ଆଉ ୫ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ ଶାହାଜାହାନପୁର ମଦନପୁର ଉତ୍ତରପ୍ରଦେଶ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।
ସୂଚନାନୁସାରେ,ଗତକାଲି ରାତିରେ ରିୟାସତ ନାମକ ବ୍ୟବସାୟୀ ନିଜ ପରିବାରକୁ ନେଇ କାର୍ ଯୋଗେ ଶାହଜହାଁପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ସେହି ସମୟରେ ମଦନାପୁର ଜାତୀୟ ରାଜପଥରେ ତାଙ୍କ କାର୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ଶିଶୁ ଥିବା ଜଣପଡ଼ିଛି । ବାକି କିଛି ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ଅଧିକ ଛାନଭିନ୍ ଜାରି ରଖିଛି। ।




