ମାଲିରେ ୫ ଭାରତୀୟଙ୍କୁ ଅପହରଣ

ମାଲିରେ ୫ ଭାରତୀୟଙ୍କୁ ଅପହରଣ

ନୂଆଦିଲ୍ଲୀ: ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି। ପଶ୍ଚିମ ମାଲିର କୋବ୍ରି ନିକଟରେ କର୍ମଚାରୀଙ୍କୁ ଅପହରଣ କରାଯାଇଛି। ବିଦ୍ୟୁତ୍‌ ପ୍ରକଳ୍ପ ଉପରେ କାମ କରୁଥିବା ଏକ କମ୍ପାନି ଦ୍ବାରା ସେମାନଙ୍କୁ ନିୟୋଜନ କରାଯାଇଥିଲା। ଉକ୍ତ କମ୍ପାନିର ଜଣେ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ୫ ଭାରତୀୟଙ୍କୁ ଅପହରଣ କରଯାଇଛି। କମ୍ପାନି ପାଇଁ କାମ କରୁଥିବା ଅନ୍ୟ ଭାରତୀୟଙ୍କୁ ବାମାକୋକୁ ଖାଲି କରାଯାଇଛି। କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସାମରିକ ଶାସନ ଚଳାଇଥିବା ମାଲିରେ ଏବେ ଅଲକାଏଦା ଏବଂ ଇସଲାମିକ ଷ୍ଟେଟ୍‌ ଗ୍ରୁପ୍‌ ସହ ଜଡ଼ିତ ଅପରାଧୀ ଗୋଷ୍ଠୀ ଏବଂ ଜିହାଦୀମାନେ ଉତ୍ତେଜନା ବୃଦ୍ଧି କରିଛନ୍ତି।

Read More ନ୍ୟୁୟର୍କ ମେୟରଙ୍କର ଓଡ଼ିଶା ଲିଙ୍କ

Tags: