ଖାଇକୁ କାର ଖସି ୫ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମୋଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗଭୀର ଖାଇକୁ ଏକ କାର୍ ଖସି ପଡିବାରୁ ୫ ଜଣଙ୍କ ଜୀବନ ଚାଲି ଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଚମୋଲି ଜିଲ୍ଲାର ବିରହୀ ନିଜମୁଲା ମୋଟର ରାସ୍ତାରେ କାରଟି ଖାଇକୁ ଖସିପଡିଥିଲା । ଖରାପ ପାଗ କାରଣରୁ ଦୁର୍ଘଟଣା ବିଷୟରେ ପୁଲିସ ଓ ପ୍ରଶାସନ ନିକଟରେ ବିଳମ୍ବରେ ଖବର ପହଞ୍ଚିଥିବା ଜଣାପଡିଛି । ପ୍ରବଳ ଝଡ ବର୍ଷା ହେଉଥିବା ସମୟରେ ପୁଲିସ ଓ ଉଦ୍ଧାରକାରୀ ଦଳ […]
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମୋଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗଭୀର ଖାଇକୁ ଏକ କାର୍ ଖସି ପଡିବାରୁ ୫ ଜଣଙ୍କ ଜୀବନ ଚାଲି ଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଚମୋଲି ଜିଲ୍ଲାର ବିରହୀ ନିଜମୁଲା ମୋଟର ରାସ୍ତାରେ କାରଟି ଖାଇକୁ ଖସିପଡିଥିଲା । ଖରାପ ପାଗ କାରଣରୁ ଦୁର୍ଘଟଣା ବିଷୟରେ ପୁଲିସ ଓ ପ୍ରଶାସନ ନିକଟରେ ବିଳମ୍ବରେ ଖବର ପହଞ୍ଚିଥିବା ଜଣାପଡିଛି । ପ୍ରବଳ ଝଡ ବର୍ଷା ହେଉଥିବା ସମୟରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୂଚନାନୁସାରେ,ବିରହୀ-ନିଜମୁଲା ମୋଟର ମାର୍ଗରେ ବରଯାତ୍ରୀ ଗାଡ଼ିଟି ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ରହିଥିଲେ । ଖାଇକୁ ଖସିପଡିବା ଯୋଗୁଁ ସମସ୍ତଙ୍କ ଜୀବନ ଚାଲିଯାଇଥିଲା । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଖବର ପାଇ ଚମୋଲୀ ଥାନା ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ I ହେଲେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ପରେ ସମସ୍ତ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।




