ରାଜଧାନୀରେ ଅଗ୍ନିକାଣ୍ଡ, ୩ ଅଗ୍ନଶମ କର୍ମଚାରୀ ଗୁରୁତର

ସମୟ ଲାଇଭ୍‍,୨୪/୧୨: ଦିଲ୍ଲୀ ନରେଲା ଉଦ୍ୟୋଗିକ କ୍ଷେତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସଂପୃକ୍ତ ଅଞ୍ଚଳର ୨ଟି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଖବର ପାଇ ୩୨ ଟି ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଆଉ ଏକ ଅଘଟଣ ଘଟିଛଇ। ଫ୍ୟାକ୍ଟ୍ରି ଭିତରେ ଥିବ। ଗ୍ୟାସ ଟାଙ୍କି ଫାଟିଯିବାରୁ ୩ ଜଣ ଦମକଳ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଥାଉ କି, ନିକଟରେ ଦିଲ୍ଲୀରେ ଘଟିଥିବା ୩ଟି ଅଗ୍ନିକାଣ୍ଡ ମଧ୍ୟରୁ ଏହା […]

Samaya Live Picture
Published On

ସମୟ ଲାଇଭ୍‍,୨୪/୧୨: ଦିଲ୍ଲୀ ନରେଲା ଉଦ୍ୟୋଗିକ କ୍ଷେତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସଂପୃକ୍ତ ଅଞ୍ଚଳର ୨ଟି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଖବର ପାଇ ୩୨ ଟି ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଆଉ ଏକ ଅଘଟଣ ଘଟିଛଇ। ଫ୍ୟାକ୍ଟ୍ରି ଭିତରେ ଥିବ। ଗ୍ୟାସ ଟାଙ୍କି ଫାଟିଯିବାରୁ ୩ ଜଣ ଦମକଳ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଥାଉ କି, ନିକଟରେ ଦିଲ୍ଲୀରେ ଘଟିଥିବା ୩ଟି ଅଗ୍ନିକାଣ୍ଡ ମଧ୍ୟରୁ ଏହା ଗୋଟିଏ ଘଟଣା। ଏହା ପୂର୍ବରୁ ଗତ ରବିବାର କିରଡ଼ିସ୍ଥିତ କପଡ଼ା ଗୋଦାମରେ ନିଆଁ ଲାଗିଯିବା ଫଳରେ ୩ ଶିଶୁଙ୍କ ସମେତ ୯ ଜଣ ପ୍ରାଣ ହରାଇଥିଲେ।
ଅନ୍ୟପଟେ ଗତ ଡ଼ିସେମ୍ବର ୮ ତାରିଖରେ ଅନାଜ ମଣ୍ଡି ନିକଟବର୍ତ୍ତୀ ଆପାର୍ଟମେଣ୍ଟରେ ନିଆଁ ଳାଗି ୪୩ ଲୋକ ମୃତ୍ୟୁ ବରଣ କରିଥିବାବେଳେ ଅନେକ ଆହତ ମଧ୍ୟ ହୋଇଥିଲେ ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Tags: