ବରିଷ୍ଠ ସାମ୍ବାଦିକ ଅଞ୍ଜନା କାଶ୍ୟପ, ଗ୍ରୁପ୍ ଅଧ୍ୟକ୍ଷ ଅରୁଣ ପୁରୀଙ୍କ ବିରୋଧରେ ‌ଏତଲା

ଲୁଧିଆନା: ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ୍‌ ଆଜ୍‌ ତକ୍‌ର ଉପସ୍ଥାପିକା ଅଞ୍ଜନା ଓମ୍‌ କାଶ୍ୟପ, ଇଣ୍ଡିଆ ଟୁଡେ ଗ୍ରୁପ୍ ଅଧ୍ୟକ୍ଷ ତଥା ମୁଖ୍ୟ ସଂପାଦକ ଅରୁଣ ପୁରୀ ଏବଂ ଲିଭିଂ ମିଡିଆ ଇଣ୍ଡିଆ ଲିମିଟେଡ ନାମରେ ଏତଲା ରୁଜୁ ହୋଇଛି। ବାଲ୍ମିକୀ ସଂପ୍ରଦାୟ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ସେମାନଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଏହି ଏତଲା ରୁଜୁ ହୋଇଛି। ଭାରତୀୟ ବାଲ୍ମିକୀ ଧରମ ସମାଜର ଜାତୀୟ ସଂଯୋଜକ ଚୌଧୁରୀ ଯଶପାଲଙ୍କ ଅଭିଯୋଗ ଆଧାରରେ ଲୁଧିଆନା ପୁଲିସ […]

ବରିଷ୍ଠ ସାମ୍ବାଦିକ ଅଞ୍ଜନା କାଶ୍ୟପ, ଗ୍ରୁପ୍ ଅଧ୍ୟକ୍ଷ ଅରୁଣ ପୁରୀଙ୍କ ବିରୋଧରେ ‌ଏତଲା
Samaya Live Picture
Published On

ଲୁଧିଆନା: ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ୍‌ ଆଜ୍‌ ତକ୍‌ର ଉପସ୍ଥାପିକା ଅଞ୍ଜନା ଓମ୍‌ କାଶ୍ୟପ, ଇଣ୍ଡିଆ ଟୁଡେ ଗ୍ରୁପ୍ ଅଧ୍ୟକ୍ଷ ତଥା ମୁଖ୍ୟ ସଂପାଦକ ଅରୁଣ ପୁରୀ ଏବଂ ଲିଭିଂ ମିଡିଆ ଇଣ୍ଡିଆ ଲିମିଟେଡ ନାମରେ ଏତଲା ରୁଜୁ ହୋଇଛି। ବାଲ୍ମିକୀ ସଂପ୍ରଦାୟ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ସେମାନଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଏହି ଏତଲା ରୁଜୁ ହୋଇଛି। ଭାରତୀୟ ବାଲ୍ମିକୀ ଧରମ ସମାଜର ଜାତୀୟ ସଂଯୋଜକ ଚୌଧୁରୀ ଯଶପାଲଙ୍କ ଅଭିଯୋଗ ଆଧାରରେ ଲୁଧିଆନା ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ଆ‌ଙ୍କର ଅଞ୍ଜନା‌ କାଶ୍ୟପଙ୍କୁ ତୁରନ୍ତ ଗିରଫ କରିବାପାଇଁ ଏତଲାରେ ଦାବି କରାଯାଇଛି। ଚୌଧୁରୀ ଯଶପାଲ କହିଛନ୍ତି ଅଞ୍ଜନା ତାଙ୍କ କଥା ପାଇଁ କ୍ଷମା ମାଗିବା ଉଚିତ।

Tags: