ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଲାଲ୍ ରଙ୍ଗର ‘ବହିଖାତା’ ଧରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀମାନେ ପହଂଚିଛନ୍ତି I ବଜେଟ୍ ଅଭିଭାଷଣ ପ୍ରଦାନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ୍ରାଓ କରାଡ଼, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ପଦସ୍ଥ ଅଧିକାରୀମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ […]
ନୂଆଦିଲ୍ଲୀ : ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଲାଲ୍ ରଙ୍ଗର ‘ବହିଖାତା’ ଧରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀମାନେ ପହଂଚିଛନ୍ତି I ବଜେଟ୍ ଅଭିଭାଷଣ ପ୍ରଦାନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ୍ରାଓ କରାଡ଼, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ପଦସ୍ଥ ଅଧିକାରୀମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଆସିଛନ୍ତି I ବଜେଟ ୨୦୨୩କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେବା ପରେ ସଂସଦ ଭବନରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଲୋକସଭାରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ I
୨୦୨୨ ଆର୍ଥିକ ବର୍ଷ ପାଇଁ ୩୯.୪୫ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିବାବେଳେ ୨୦୨୩-୨୪ ବର୍ଷ ପାଇଁ ପାଖାପାଖି ୪୦ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । ବିଶେଷକରି ଗରିବଙ୍କ ପାଇଁ ସାମାଜିକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବା ସହିତ ମଧ୍ୟବିତ ବର୍ଗର ଲୋକଙ୍କୁ ଟିକସ ରିହାତି ଦେବାର ସମ୍ଭାବନା ରହିଛି । ତେଣୁ ଏହି ବଜେଟ୍ରେ ସବୁ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରାଯିବ ବୋଲି ଆଶା କରାଯାଉଛି।
ଚଳିତ ବଜେଟରେ ୭ଟି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି । ସାମଗ୍ରିକ ବୃଦ୍ଧି, ଚାଷୀସମସ୍ୟା ଦୂର,ଜମ୍ମକଶ୍ମୀର, ଲଦାଖ କୁ ବିଶେଷ ଗୁରୁତ୍ୱ ,ଭିତ୍ତିଭୂମି ବିକାଶ, ଯୁବଶକ୍ତି, ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ, ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ଏବଂ ଦକ୍ଷତା ବିକାଶ ଉପରେ ପର୍ଯ୍ୟାବେଶିତ ।
କୃଷିକୁ ପ୍ରାଥମିକତା : ଚଳିତ ବଜେଟରେ ଚାଷୀର ମାନଙ୍କର ସମସ୍ତ ସମସ୍ୟାର ସମାଧାନ ହେବ । ଏହା ସହିତ କୃଷି ପାଇଁ ମଧ୍ୟ ବହୁ ବଡ ନିଷ୍ପତ୍ତି ନିଆଯାଇଛି । ପନିପରିବା ଚାଷ ପାଇଁ ୨୨ଶହ କୋଟି ଟଙ୍କା । ଏବଂ ଚାଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା ପାଇଁ ବଜେଟରେ ସ୍ଥାନ ଦିଆଯାଇଛି ।କୃଷି ପାଇଁ ଡିଜିଟାଲ ଭିତ୍ତିଭୂମି କୁ ବିକାଶ କରାଯିବ ।
ଶିକ୍ଷା:ଶିକ୍ଷା କ୍ଷେତ୍ରକୁ ଦେଖିଲେ ପଞ୍ଚାୟତ,ୱାର୍ଡ ସ୍ତରେ ଲାଇବ୍ରେରୀ ଖୋଲାଯିବା ନେଇ ସୂଚନା ।ଜାତୀୟ ଡିଜିଟାଲ ଲାଇବ୍ରେରୀ ଖୋଲାଯିବ । ଯାହା ଦ୍ୱାରା ପିଲାମାନଙ୍କ ମଦ୍ୟରେ ପାଠ ପଢ଼ାର ଇଚ୍ଛା ଆଉ ଉତ୍ସାହ ବଢ଼ିବ । ଏକଲବ୍ୟସ୍କୁଲ ପାଇଁ ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ ।ଆଦିବାସୀଙ୍କ ପାଇଁ ନୂଆ ସ୍ମୁଲ ଖୋଲାଯିବ । ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ କାର୍ଯ୍ୟ କରାଯିବ । ସାରା ଦେଶରେ ଖୋଲା ଯିବ ୧୫୭ ଟି ନର୍ସିଂ କଲେଜ । ଏହା ସହିତ ସାରା ଦେଶରେ ଆଇସିଏମଆର ଲ୍ୟାବ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବା ନେଇ ସୂଚନା ଦିଆଯାଇଛି ।
ଭାରତୀୟ ରେଳ :ରେଳ ପାଇଁ ୨.୪ ଲକ୍ଷ କୋଟିର ବଜେଟ କରାଯାଇଛି । ଯେଉଁଥିରେ ନୂଆ ଯୋଜନା ପାଇଁ ୭୫ ହଜାରକୋଟି ର ସ୍ଥାନ ଦିଆଯାଇଛି । ରେଲୱେ ସହିତ ଘରୋଇ ସହଭାଗିତା ରହିବ ।
ଏହା ସହିତ କେୱାଇସି ମଧ୍ୟ ସରଳକୃତ ହେବ । ପ୍ୟାନ କାର୍ଡ ଡିଜିଟାଲ ସିଷ୍ଟମ ପାଇଁ ଏକକପରିଚୟ ପତ୍ର ହେବ । ସୁରକ୍ଷା ପାଇଁ ଡିଜିଟାଲ ଲକର ବ୍ୟବହାର ବୃଦ୍ଧି କରାଯିବ ।




