ଖୁସି ଦେଇଥାଏ ପ୍ରଶଂସା
ସାଉଥ୍ ଅଭିନେତ୍ରୀ ବୋଧିକା ବର୍ତ୍ତମାନ ନିଜ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିଜର ଏକ ସାକ୍ଷାତକାରରେ ସେ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ମନଖୋଲି କଥା ହୋଇଛନ୍ତି । ଏହି ସମୟରେ ସେ ରଜନୀକାନ୍ତଙ୍କର ଖୁବ ପ୍ରଶଂସା କରିଛନ୍ତି । କାଞ୍ଚନା -୩ରେ ଅଭିନୟ ପରେ ରଜନୀକାନ୍ତ ତାଙ୍କର ଖୁବ ପ୍ରଶଂସା କରିଥିଲେ । ରଜନୀକାନ୍ତ ହେଉଛନ୍ତି ଏଭଳି ଜଣେ ସୁପରଷ୍ଟାର ଯିଏ ଅନ୍ୟଙ୍କୁ ମଧ୍ୟ ସୁପରଷ୍ଟାର ଭଳି ବ୍ୟବହାର କରିଥାଆନ୍ତି । ସେ ସମସ୍ତଙ୍କ ସହିତ […]
ସାଉଥ୍ ଅଭିନେତ୍ରୀ ବୋଧିକା ବର୍ତ୍ତମାନ ନିଜ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିଜର ଏକ ସାକ୍ଷାତକାରରେ ସେ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ମନଖୋଲି କଥା ହୋଇଛନ୍ତି । ଏହି ସମୟରେ ସେ ରଜନୀକାନ୍ତଙ୍କର ଖୁବ ପ୍ରଶଂସା କରିଛନ୍ତି । କାଞ୍ଚନା -୩ରେ ଅଭିନୟ ପରେ ରଜନୀକାନ୍ତ ତାଙ୍କର ଖୁବ ପ୍ରଶଂସା କରିଥିଲେ । ରଜନୀକାନ୍ତ ହେଉଛନ୍ତି ଏଭଳି ଜଣେ ସୁପରଷ୍ଟାର ଯିଏ ଅନ୍ୟଙ୍କୁ ମଧ୍ୟ ସୁପରଷ୍ଟାର ଭଳି ବ୍ୟବହାର କରିଥାଆନ୍ତି । ସେ ସମସ୍ତଙ୍କ ସହିତ ଖୁବ ଭଲ ବ୍ୟବହାର କରାନ୍ତି । ସେ ୟଙ୍ଗ ଷ୍ଟାରଙ୍କୁ ସବୁବେଳେ ପ୍ରେରିତ କରିଥାଆନ୍ତି, ଯେପରି ସେମାନେ ଭଲ ଅଭିନୟ କରିବା ସହିତ କ୍ୟାରିୟରରେ ଆଗକୁ ଯିବେ । କାଞ୍ଚନା ପାଇଁ ରଜନୀକାନ୍ତ ତାଙ୍କର ଖୁବ ଅଧିକ ପ୍ରଶଂସା କରିଥିଲେ । ଯାହା ତାଙ୍କ ପାଇଁ ଖୁବ ଇମସୋନାଲ ମୁମେଣ୍ଟ ଥିଲା ବୋଲି ବୋଧିକା ପ୍ରକାଶ କରିଛନ୍ତି । ଏହା ତାଙ୍କୁ ଆହୁରି ଭଲ କାମ କରିବାକୁ ପ୍ରେରିତ କରିଥିବା ସେ ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।




