ପିତା ମଧ୍ୟପ୍ରଦେଶ, ପୁଅର ନାମ ରଖିଲେ ଭୋପାଳ
ସମୟ ଲାଇଭ,୧/୧୧: ଆଜି ମଧ୍ୟପ୍ରଦେଶ ସ୍ଥାପନା ଦିବସ। ତେବେ ମଧ୍ୟପ୍ରଦେଶକୁ ଅନ୍ତରରୁ ଭଲପାଉଥିବା ଜଣେ ଅଧ୍ୟାପକ ତାଙ୍କ ପୁଅର ନାମ ରାଜ୍ୟର ରାଜଧାନୀ ଅନୁସାରେ ‘ଭୋପାଳ’ ରଖିଛନ୍ତି। ସେହିପରି ଅଧ୍ୟାପକଙ୍କ ପୁରାନାମ ମଧ୍ୟପ୍ରଦେଶ ସିଂ ଅମଲାୱର। ପୁଅର ଏପରି ନାମ ରଖିଥିବାରୁ ସେ ବେଶ ଖୁସିଥିବା କହିଛନ୍ତି। ସେ କହିଛନ୍ତି ବାପା ଏକ ରାଜ୍ୟ ହେଲେ ପୁଅ ନିଶ୍ଚିନ୍ତ ଏହାର ରାଜଧାନୀ ସଦୃଶ ତେଣୁ ପୁଅର ଏପରି ନାମ ରଖିଛନ୍ତି। ତେବେ ପୁଅ ଜନ୍ମ ପୂର୍ବରୁ ଯଦି […]
ସମୟ ଲାଇଭ,୧/୧୧: ଆଜି ମଧ୍ୟପ୍ରଦେଶ ସ୍ଥାପନା ଦିବସ। ତେବେ ମଧ୍ୟପ୍ରଦେଶକୁ ଅନ୍ତରରୁ ଭଲପାଉଥିବା ଜଣେ ଅଧ୍ୟାପକ ତାଙ୍କ ପୁଅର ନାମ ରାଜ୍ୟର ରାଜଧାନୀ ଅନୁସାରେ ‘ଭୋପାଳ’ ରଖିଛନ୍ତି। ସେହିପରି ଅଧ୍ୟାପକଙ୍କ ପୁରାନାମ ମଧ୍ୟପ୍ରଦେଶ ସିଂ ଅମଲାୱର। ପୁଅର ଏପରି ନାମ ରଖିଥିବାରୁ ସେ ବେଶ ଖୁସିଥିବା କହିଛନ୍ତି। ସେ କହିଛନ୍ତି ବାପା ଏକ ରାଜ୍ୟ ହେଲେ ପୁଅ ନିଶ୍ଚିନ୍ତ ଏହାର ରାଜଧାନୀ ସଦୃଶ ତେଣୁ ପୁଅର ଏପରି ନାମ ରଖିଛନ୍ତି। ତେବେ ପୁଅ ଜନ୍ମ ପୂର୍ବରୁ ଯଦି ପୁଅ ହୁଏ ତେବେ ସେ ଏହି ନାମ ଦେବେ ବୋଲି ମନସ୍ଥ କରିଥିଲେ।
ତେବେ ମଧ୍ୟପ୍ରଦେଶଙ୍କ ଏପରି ନାମ ସମୟେ ସମୟେ ତାଙ୍କ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି କରେ। କୌଣସି ବି ଯାଞ୍ଚ ପ୍ରକ୍ରିିୟାରେ ତାଙ୍କ ନାମ ପଚାରାଗଲେ ଅଧିକାଂଶ ଲୋକ ତାଙ୍କ କଥାରେ ବିଶ୍ୱାସ କରନ୍ତି ନାହିଁ ଏଣୁ ତାଙ୍କ ପାଖରେ ସର୍ବଦା ତାଙ୍କୁ ତାଙ୍କର ପରିଚୟ ପତ୍ର ରଖିବାକୁ ହେବ।
Tags:




