ମୁମ୍ବାଇ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ଦୁର୍ଘଟଣା ,୫ ମୃତ
ମହାରାଷ୍ଟ୍ର : ଶୁକ୍ରବାର ସକାଳେ ମହାରାଷ୍ଟ୍ର ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେ ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ କାର ସହିତ ଅନ୍ୟ ଏକ ଗାଡି ମୁହାଁମୁହିଁ ଧକ୍କା ହେବ ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି I ଏହାସହ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନାନୁଯାୟୀ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ […]
ମହାରାଷ୍ଟ୍ର : ଶୁକ୍ରବାର ସକାଳେ ମହାରାଷ୍ଟ୍ର ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେ ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ କାର ସହିତ ଅନ୍ୟ ଏକ ଗାଡି ମୁହାଁମୁହିଁ ଧକ୍କା ହେବ ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି I ଏହାସହ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନାନୁଯାୟୀ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଥିବା ଖୋପୋଲି ଅଂଚଳରେ ଏହି ଘଟଣା ଘଟିଛି , ବିପରୀତ ଦିଗରୁ ଆସୁଥିବା ଏକ କାର ଅନ୍ୟ ଏକ ଗାଡି ସହ ଧକ୍କା ହେବ ଫଳରେ ଦୁର୍ଘଟଣା ଘଟିଥିଲା I ଫଳରେ ୪ ଜଣଙ୍କର ଘଟଣା ସ୍ଥଳରେ ଓ ଅନ୍ୟ ଜଣଙ୍କର ହସ୍ପିଟାଲ ଯିବା ବାଟରେ ମୃତ୍ୟୁ ହୋଇଥିଲା । ଉଭୟ ମୃତାହତଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଯାହା ସୂଚନା ମିଳିଛି ଦ୍ରୁତ ଗତିରେ ଆସୁଥିବା କାରଟି ରାସ୍ତାରେ ଯାଉଥିବା ଅଲଗା ଅଲଗା ବାଇକ ଚାଲାକ ମନକୁ ଧକ୍କା ଦେଇଥିଲା I ଫଳରେ ସେମାନେ ପୋଲୋ ଉପରୁ ତଳକୁ ଖସି ପଡି ମୃତ୍ୟୁ ବରଣ କରିଥିଲେ I ଏହା ପରେ କାର ଟି ନିୟନ୍ତ୍ରଣ ହରାଇ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ଗାଡି ଦେହରେ ଧକ୍କା ହୋଇଥିଲା I ଏଥିରେ କାର ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି I




