ପାକିସ୍ତାନ ରେଲୱେ ଷ୍ଟେସନରେ ବିସ୍ଫୋରଣ ,୨୦ମୃତ ,ଏକାଧିକ ଆହତ

ନୂଆଦିଲ୍ଲୀ : ପାକିସ୍ତାନ ବେଲୁଚିସ୍ତାନ ରେଲୱେ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ , ୩୦ରୁ ଅଧିକ ଗୁରୁତର ଥିବା ନେଇ ସୂଚନା ମିଳିଛି । ଶନିବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଥିବା କ୍ଵେଟା ରେଲୱେ ଷ୍ଟେସନରେ ବିସ୍ଫୋରଣ ଘଟିଛି। ବେଲୁଚିସ୍ତାନ ବରିଷ୍ଠ ପୁଲିସ ଅଧିକାରୀ ମହମ୍ମଦ ବାଲୋଚଙ୍କ ସୂଚନା ଅନୁସାରେ, କ୍ଵେଟାରୁ ପେଶାଓ୍ବର ଯିବାକୁ ଥିବା ଜାଫର ଏକ୍ସପ୍ରେସ ଟ୍ରେନ ଷ୍ଟେସନ ଛାଡ଼ିବାର ଠିକ୍ ପୂର୍ବରୁ […]

Samaya Live Picture
Published On

ନୂଆଦିଲ୍ଲୀ : ପାକିସ୍ତାନ ବେଲୁଚିସ୍ତାନ ରେଲୱେ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ , ୩୦ରୁ ଅଧିକ ଗୁରୁତର ଥିବା ନେଇ ସୂଚନା ମିଳିଛି । ଶନିବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଥିବା କ୍ଵେଟା ରେଲୱେ ଷ୍ଟେସନରେ ବିସ୍ଫୋରଣ ଘଟିଛି।

ବେଲୁଚିସ୍ତାନ ବରିଷ୍ଠ ପୁଲିସ ଅଧିକାରୀ ମହମ୍ମଦ ବାଲୋଚଙ୍କ ସୂଚନା ଅନୁସାରେ, କ୍ଵେଟାରୁ ପେଶାଓ୍ବର ଯିବାକୁ ଥିବା ଜାଫର ଏକ୍ସପ୍ରେସ ଟ୍ରେନ ଷ୍ଟେସନ ଛାଡ଼ିବାର ଠିକ୍ ପୂର୍ବରୁ ଏକ ଟ୍ରେନ ନିକଟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମୟରେ ଅଧିକାଂଶ ଯାତ୍ରୀ ପ୍ଲାଟଫର୍ମରେ ଉପସ୍ଥିତ ଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି କ୍ୱେଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହମ୍ମଦ ବଲୋଚ କହିଛନ୍ତି ଯେ ଆହତମାନଙ୍କୁ କ୍ୱେଟା ସିଭିଲ ହସ୍ପିଟାଲର ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ରେଳ ଷ୍ଟେସନରେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ତେବେ ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏଯାଏ ନିଜକୁ ଦାୟୀ କରି ନ ଥିଲେ ହେଁ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି ।

Tags: