ମୋହାଲି ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ,୨ ମୃତ ୪ ଗୁରୁତର

ନୂଆଦିଲ୍ଲୀ : ପଞ୍ଜାବ ମୋହାଲି ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ ।ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏନେଇ ପ୍ଲାଣ୍ଟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ହାଇ-ଟେକ୍ ଗ୍ୟାସ୍ ପ୍ରାଇଭେଟ୍ ଲିମିଟେଡ୍ ମେଡିକାଲ୍-ଗ୍ରେଡ୍ ଅକ୍ସିଜେନ୍ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ଆସିଫ୍ ଏବଂ […]

ମୋହାଲି ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ,୨ ମୃତ ୪ ଗୁରୁତର
Samaya Live Picture
Published On

ନୂଆଦିଲ୍ଲୀ : ପଞ୍ଜାବ ମୋହାଲି ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ ।ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏନେଇ ପ୍ଲାଣ୍ଟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ହାଇ-ଟେକ୍ ଗ୍ୟାସ୍ ପ୍ରାଇଭେଟ୍ ଲିମିଟେଡ୍ ମେଡିକାଲ୍-ଗ୍ରେଡ୍ ଅକ୍ସିଜେନ୍ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ଆସିଫ୍ ଏବଂ ଦାବିନ୍ଦର । ଆସିଫ୍ ଲକ୍ଷ୍ନୌର ବାସିନ୍ଦା । ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ କାରଖାନାରେ ଯୋଗ ଦେଇଥିଲେ । ନିୟମିତ ଭଳି ଆଜି ସିଲିଣ୍ଡର ଗୁଡିକରେ ଗ୍ୟାସ ଭର୍ତ୍ତି କରାଯାଉଥିବା ସମୟରେ ଲିକ ହୋଇ ଅଘଟଣ ଘଟିଥିଲା ।

ସୂଚନା ମୁତାବକ, ମୋହାଲିର ଫେଜ୍ ୯ରେ ଅବସ୍ଥିତ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଶବ୍ଦ ବହୁ ଦୂର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୋଲିସ କହିଛି ଯେ ଯେତେବେଳେ ବିସ୍ଫୋରଣ ହୋଇଥିଲା, ସେତେବେଳେ ପ୍ରାୟ ୨୫ ଜଣ କର୍ମଚାରୀ ପ୍ଲାଣ୍ଟରେ ଉପସ୍ଥିତ ଥିଲେ।

ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଓ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କ‌ା କରାଯାଉଛି। ତେବେ ବିସ୍ଫୋରଣ କେମିତି ହେଲା ଏବଂ ବିସ୍ଫୋରଣ ସମୟରେ ଭିତରେ କେତେ ଜଣ ଥିଲେ ତାହା ସାମ୍ନାକୁ ଆସିନାହିଁ। ଘଟଣାର ତଦନ୍ତ ଚାଲିଛି।

Tags: