‘ଏନ୍‌ଏସ୍‌ଇ’ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣଙ୍କୁ ଗିରଫ କଲା ସିବିଆଇ

ଦିଲ୍ଲୀ: ମାର୍ଚ୍ଚ ୦୭: ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ସିବିଆଇ ଗିରଫ କରିଛି । ଅଦାଲତ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବାରୁ ନୂଆଦିଲ୍ଲୀରେ ରବିବାର ଦିନ ତାଙ୍କୁ ହାଜତକୁ ନିଆଯାଇଛି । ହିମାଳୟରେ ଅବସ୍ଥାନ କରୁଥିବା ଜଣେ ଯୋଗୀଙ୍କ ନିକଟକୁ ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସେଚେଞ୍ଜର ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଇମେଲ୍‌ ଜରିଆରେ ପଠାଉଥିଲେ ବୋଲି ଚିତ୍ରାଙ୍କ ଉପରେ ଦୋଷାରୋପ କରିଛି ସିବିଆଇ । ସେହି ଅଜ୍ଞାତ ଯୋଗୀଜଣକ […]

Samaya Live Picture
Published On

ଦିଲ୍ଲୀ: ମାର୍ଚ୍ଚ ୦୭: ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ସିବିଆଇ ଗିରଫ କରିଛି । ଅଦାଲତ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବାରୁ ନୂଆଦିଲ୍ଲୀରେ ରବିବାର ଦିନ ତାଙ୍କୁ ହାଜତକୁ ନିଆଯାଇଛି । ହିମାଳୟରେ ଅବସ୍ଥାନ କରୁଥିବା ଜଣେ ଯୋଗୀଙ୍କ ନିକଟକୁ ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସେଚେଞ୍ଜର ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଇମେଲ୍‌ ଜରିଆରେ ପଠାଉଥିଲେ ବୋଲି ଚିତ୍ରାଙ୍କ ଉପରେ ଦୋଷାରୋପ କରିଛି ସିବିଆଇ । ସେହି ଅଜ୍ଞାତ ଯୋଗୀଜଣକ ଆନନ୍ଦ ସୁବ୍ରମଣିୟମ୍‌ ବୋଲି ସିବିଆଇ ସନ୍ଦେହ କରୁଛି । ସୁବ୍ରମଣିୟମ୍‌ଙ୍କୁ ମଧ୍ୟ ଚଳିତ ମାସ ଆରମ୍ଭକୁ ଗିରଫ କରାଯାଇଛି ।

ନ୍‌ଏସ୍‌ଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମଣିୟମ୍‌ଙ୍କ ସମେତ ୫୯ ବର୍ଷୀୟା ଚିତ୍ରା ସିବିଆଇର ରାଡାର୍‌ରେ ଥିଲେ । ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ଏନ୍‌ଏସ୍‌ଇର ସିଇଓ ରହିଥିଲେ । ସେହି ସମୟରେ ଚିତ୍ରା ଅଭ୍ୟନ୍ତରୀଣ ଗୁପ୍ତ ତଥ୍ୟାବଳୀକୁ ଇ-ମେଲ୍‌ ମାଧ୍ୟମରେ ପଠାଇଥିବା ତଥ୍ୟଗତ ପ୍ରମାଣ ମିଳିଛି ବୋଲି ସିବିଆଇ ପ୍ରକାଶ କରିଛି ।

ଏନ୍‌ଏସ୍‌ଇ ସିଷ୍ଟମ୍‌ରେ ଜାଲିଆତି କରିଥିବା ଅଭିଯୋଗରେ ୨୦୧୮ ମଧ୍ୟ ସିବିଆଇ ଜଣେ ଷ୍ଟକେ୍ୱ୍ରାକର୍‌ଙ୍କ ନାମରେ ଏଫ୍‌ଆଇଆର୍‌ ଫାଇଲ୍‌ କରିଥିଲା । ସେ ମଧ୍ୟ ଚିତ୍ରା ଓ ଆନନ୍ଦ ସୁବ୍ରମଣିୟମ୍‌ଙ୍କ ମାମଲା ସହ ସମ୍ପୃକ୍ତ ଅଛନ୍ତି ।