ରାମ ମନ୍ଦିର ତିଆରି ଖର୍ଚ୍ଚ ୧୮୦୦ କୋଟି
ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର । ଖୁବ ଜୋର୍ସୋରରେ ମନ୍ଦିର ନିର୍ମାଣ କାମ ଚାଲିଛି । ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି । ତେବେ ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା କହିଛନ୍ତି । ତାଙ୍କ କହିବା ଅନୁସାରେ, ଭବ୍ୟ ରାମ ମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ […]
ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର । ଖୁବ ଜୋର୍ସୋରରେ ମନ୍ଦିର ନିର୍ମାଣ କାମ ଚାଲିଛି । ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି । ତେବେ ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା କହିଛନ୍ତି ।
ତାଙ୍କ କହିବା ଅନୁସାରେ, ଭବ୍ୟ ରାମ ମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯେବେ ମନ୍ଦିର କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କି;ୁ ବର୍ତ୍ତମାନ ଆକଳନ କରାଯାଉଛି ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପରବର୍ତ୍ତି ମୁହୂର୍ତ୍ତରେ ଏଥିରେ ସଂଶୋଧନ ହୋଇପାରେ ବୋଲି ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି ।
ଗତ ରବିବାର ଶ୍ରୀରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି କି, ରାମ ଜନ୍ମଭୂମୀ ପରିସରରେ ହିନ୍ଦୁ ଧର୍ମ ସହ ଜଡିତ ମହାନ୍ ସାଧୁ ସନ୍ଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଯେପରିକି, ମହର୍ଷି ବଲମିକି, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମାତା ଶବରୀ, ଜଟାୟୁଙ୍କୁ ସମ୍ମାନପୂର୍ବକ ପୂଜା ପାଇଁ ସ୍ଥାନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶାକ୍ରମେ ଉତ୍ତର ପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ମନ୍ଦିର ତୋଳିବା ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଗଠିତ ହୋଇଥିଲା । ବାରମ୍ବାର ବେଠକ ବସାଯାଇ ମନ୍ଦିର ନିର୍ମାଣ ନିମନ୍ତେ ରୀତିନୀତି ଏବଂ ମାନୁଆଲ୍ ଅନୁମୋଦନ କରାଯାଇଥିଲା । ମନ୍ଦିର ବୋରେ ଯଶସ୍ୱୀ ହିନ୍ଦୁ ସାଧୁ ସନ୍ଥମାନଙ୍କର ପ୍ରତିମା ନିର୍ମାଣ କରିବା ଲାଗି ସ୍ଥାନ ଚୟନ କରିବାକୁ ସର୍ବସମ୍ମତିକ୍ରମେ ଫେଜାବାଦ୍ ସର୍କିଟ୍ ହାଉସରେ ଆୟୋଜିତ ବୈଠକରେ ସ୍ଥିର କରାଯାଇଥିଲା ।
ଦୀର୍ଘ ସମୟ ଧରି ବିଚାର ବିମର୍ଶ ଓ ସମସ୍ତଙ୍କ ମତ ପ୍ରତି ଦୃଷ୍ଟି ଦିଆଯାଇ ଟ୍ରଷ୍ଟ୍ରର ନିୟମାବଳୀ ଓ ‘ବାଇଲ’ ଚୂଡ଼ାନ୍ତ ହୋଇଥିବା କଥା ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି । ଏହି ବୈଠକରେ ଟ୍ରଷ୍ଟର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ଜଣ ଯୋଗ ଦେଇଥିଲେ ।




