କଂଗ୍ରେସ ଅଧ୍ୟକ୍ଷ୍ୟ ପଦ ନିର୍ବାଚନ : ଅଶୋକ ଗେହଲୋଟ୍ ଓ ଶଶୀ ଥରୁର ମଧ୍ୟରେ ହୋଇପାରେ ମୁକାବିଲା
ନୂଆଦିଲ୍ଲୀ : ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସର ବହୁ ପ୍ରତିକ୍ଷିତ ସଭାପତି ନିର୍ବାଚନ। କିଏ ଧରିବେ କଂଗ୍ରେସର ନୂଆ ମଙ୍ଗ? ଏହାକୁ ନେଇ କଂଗ୍ରେସ ରାଜନୀତି ଜୋର ଧରିଛି I କଂଗ୍ରେସ ର ସଭାପତି ପଦ ଦୌଡ଼ରେ ଖୁବ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନାଁ ସର୍ବାଗ୍ରେ ରହିଛି I କିନ୍ତୁ ଦଳ ପକ୍ଷରୁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ କଂଗ୍ରେସ ର ଅଧ୍ୟକ୍ଷ ପଦରେ ରହିବା ପାଇଁ ରାହୁଲ […]
ନୂଆଦିଲ୍ଲୀ : ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସର ବହୁ ପ୍ରତିକ୍ଷିତ ସଭାପତି ନିର୍ବାଚନ। କିଏ ଧରିବେ କଂଗ୍ରେସର ନୂଆ ମଙ୍ଗ? ଏହାକୁ ନେଇ କଂଗ୍ରେସ ରାଜନୀତି ଜୋର ଧରିଛି I କଂଗ୍ରେସ ର ସଭାପତି ପଦ ଦୌଡ଼ରେ ଖୁବ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନାଁ ସର୍ବାଗ୍ରେ ରହିଛି I କିନ୍ତୁ ଦଳ ପକ୍ଷରୁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ କଂଗ୍ରେସ ର ଅଧ୍ୟକ୍ଷ ପଦରେ ରହିବା ପାଇଁ ରାହୁଲ ଗାନ୍ଧୀ ମନାକରିଦେଇଛନ୍ତି I ତେଣୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପରିଷ୍କାରଭାବରେ କହିଛନ୍ତି କି ଯଦି ରାହୁଲ ଗାନ୍ଧୀ ନିର୍ବାଚନ ମୈଦାନ କୁ ନ ଓହ୍ଲାଇବେ ତେବେ ସେ ନିଜର ନାମାଙ୍କନପତ୍ର ଭରିବେ I ଗାନ୍ଧୀ ପରିବାରର ସବୁଠୁ ଅନୁଗତ ଅଶୋକ ଗେହଲ୍ଟ ହିଁ ପ୍ରଥମ ପସନ୍ଦ ।
ଅକ୍ଟୋବର ୧୭ ରେ ଦଳର ସଭାପତି ନିର୍ବାଚନ। ଆଗାମୀ ୨୪ ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ହେଲେ ଏଯାଏଁ କଂଗ୍ରେସ ପକ୍ଷରୁ ଚିତ୍ର ସ୍ପଷ୍ଟ ହୋଇନି । କିଏ ପ୍ରାର୍ଥୀ ହେବ, ତାହା ଉପରୁ ମଧ୍ୟ ହଟିନି ପର୍ଦା । ୮ଟି ରାଜ୍ୟର କଂଗ୍ରେସ ଶାଖା ଏ ନେଇ ସର୍ବସମ୍ମତି କ୍ରମେ ରାହୁଲଙ୍କ ନାଁ ଉପରେ ମୋହର ମାରିସାରିଛି ।
ଏ ପ୍ରସ୍ତାବ ମଧ୍ୟ ହାଇକମାଣ୍ଡଙ୍କ ପାଖକୁ ଯାଇଛି । ଏପଟେ ଅଧ୍ୟକ୍ଷ ପଦ ରେସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋଗ ଗେହଲଟ ଓ ବରିଷ୍ଠ ନେତା ଶଶି ଥରୁରଙ୍କ ନାଁକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଶଶୀ ଥରୁର ଯଦି ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରନ୍ତି, ତାଙ୍କୁ ମୁକାବିଲା ଲାଗି ରାଜସ୍ତାନ ମୁଖ୍ଯମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି। ଗେହଲ୍ଟସଭାପତି ପଦ ଲାଗି ନିର୍ବାଚନ ଲଢିଲେ, ଖେଳ କିଛି ଭିନ୍ନ ହେବ। ଅଶୋକ ଗେହଲ୍ଟ ବନାମ ଶଶୀ ଥରୁର ଲଢେଇ ଜମିବ। କିନ୍ତୁ ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ହେଉଥିବାରୁ, ନିର୍ବାଚନ ମୈଦାନକୁ ଆଉ କିଏ ଲମ୍ପ ମାରିବେ, ତାହା ସ୍ପଷ୍ଟ ହେବ।




