ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ପ୍ରଚାର ଶେଷ

ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବ। ଉଭୟ ଏନ୍‌ଡିଏ ଏବଂ ମହାମେଣ୍ଟର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ ଲୋଭାନ୍ବିତ କରିବାପାଇଁ ଏବଂ ନିଜ ସପକ୍ଷକୁ ଆଣିବାପାଇଁ ସମସ୍ତ ଦମ୍‌ ଲଗାଇ ଦେଇଛନ୍ତି। ଇତି ମଧ୍ୟରେ ପ୍ରମୁଖ ଦଳର ରାଜନେତାମାନେ ପ୍ରଚାର ଜୋରଦାର କରିଛନ୍ତି। ରାଜନେତାମାନେ କେବଳ ନିର୍ବାଚନ ରାଲି କରୁନାହାନ୍ତି। ନିର୍ବାଚନ ରାଲି ସହ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ପ୍ରଚାର ଶେଷ
Samaya Live Picture
Published On

ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବ। ଉଭୟ ଏନ୍‌ଡିଏ ଏବଂ ମହାମେଣ୍ଟର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ ଲୋଭାନ୍ବିତ କରିବାପାଇଁ ଏବଂ ନିଜ ସପକ୍ଷକୁ ଆଣିବାପାଇଁ ସମସ୍ତ ଦମ୍‌ ଲଗାଇ ଦେଇଛନ୍ତି। ଇତି ମଧ୍ୟରେ ପ୍ରମୁଖ ଦଳର ରାଜନେତାମାନେ ପ୍ରଚାର ଜୋରଦାର କରିଛନ୍ତି। ରାଜନେତାମାନେ କେବଳ ନିର୍ବାଚନ ରାଲି କରୁନାହାନ୍ତି। ନିର୍ବାଚନ ରାଲି ସହ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସହର୍ସ ଏବଂ କଟିହାରରେ ନିର୍ବାଚନ ରାଲି କରିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତକାଲି ଶେଓହର, ସୀତାମାଢ଼ି ଏବଂ ମଧୁବନୀରେ ନିର୍ବାଚନ ରାଲି କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ମହାମେଣ୍ଟ ପ୍ରାର୍ଥୀଙ୍କ ସମର୍ଥନରେ ସହର୍ସରେ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିହାରରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍‌ ୨୬୧୬ ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୩୧୪ ପ୍ରାର୍ଥୀ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୩୦୨ ଜଣ ପ୍ରାର୍ଥୀ ଅଛନ୍ତି।

Tags: