କୁକୁର କାମୁଡ଼ା ବିରୋଧରେ ସୁପ୍ରିମ୍କୋର୍ଟରେ ଆବେଦନ
By: Samaya Live
ନୂଆଦିଲ୍ଲୀ: ଜଣେ ବୟସ୍କ ଦମ୍ପତି ଏକ ବୁଲା କୁକୁରକୁ ସେମାନଙ୍କ ଘର ନିକଟରୁ ହଟାଇବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ୭୦ ବର୍ଷୀୟା ସୁନୀତା ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଆବେଦନରେ ଦର୍ଶାଇଛନ୍ତି ଯେ ବୁଲା କୁକୁରଟି ମହାରଣା ପ୍ରତାପ ବାଗ ଅଞ୍ଚଳ ସ୍ଥିତ ସେମାନଙ୍କ ବାସଭବନ ନିକଟରେ ୩ ମାସ ମଧ୍ୟରେ ୮ ବର୍ଷର ଶିଶୁ ଏବଂ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ସମେତ ୬ ଜଣଙ୍କୁ କାମୁଡ଼ି ସାରିଛି। ପୌର ସଂସ୍ଥା ଉକ୍ତ କୁକୁରକୁ ଅକ୍ଟୋବର ୨୧ ତାରିଖରେ ଧରିଥିଲେ କିନ୍ତୁ ଏହାକୁ ପୁଣିଥରେ ଉକ୍ତ ଅଞ୍ଚଳରେ ଛାଡ଼ି ଦେଇଥିଲେ। ଫେରିବାପରେ ଉକ୍ତ କୁକୁରଟି ଅକ୍ଟୋବର ୩୧ ଏବଂ ନଭେମ୍ବର ୩ରେ ୨ ଜଣଙ୍କୁ କାମୁଡ଼ି ସାରିଛି। ଘର ବାହାରେ ଖେଳୁଥିବା ପିଲାମାନେ କୁକୁର କାମୁଡ଼ାର ବେଶୀ ଶିକାର ହେଉଛନ୍ତି। ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇବାପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ ଆଜି ଏକ ବୁଲା କୁକୁର ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି।
Tags:


