BYJU ସିଇଓ’ଙ୍କ ବାସଭବନରେ ଇଡି ରେଡ

ବାଙ୍ଗାଲୁରୁ : ଦେଶର ସର୍ବବୃହତ ଏଡୁଟେକ କମ୍ପାନୀର ସିଇଓଙ୍କ ଘରେ ଶନିବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କରିଛି I ବୈଦେଶିକ ପାଣ୍ଠି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ସିଇଓ ବାଇଜୁ ରବିଚନ୍ଦ୍ରନଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଇଡି ପକ୍ଷରୁ ରେଡ ହୋଇଛି I ସେଠାରେ ଘର ଓ ଦୁଇଟି ଅଫିସରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ କିଛି ଆପତ୍ତିଜନକ ଡକ୍ୟୁମେଣ୍ଟ ଓ ଡିଜିଟାଲ ଡାଟା ଜବତ କରାଯାଇଥିବା ଜଣାପଡ଼ିଛି । ଫେମା […]

Samaya Live Picture
Published On

ବାଙ୍ଗାଲୁରୁ : ଦେଶର ସର୍ବବୃହତ ଏଡୁଟେକ କମ୍ପାନୀର ସିଇଓଙ୍କ ଘରେ ଶନିବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କରିଛି I ବୈଦେଶିକ ପାଣ୍ଠି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ସିଇଓ ବାଇଜୁ ରବିଚନ୍ଦ୍ରନଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଇଡି ପକ୍ଷରୁ ରେଡ ହୋଇଛି I ସେଠାରେ ଘର ଓ ଦୁଇଟି ଅଫିସରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ କିଛି ଆପତ୍ତିଜନକ ଡକ୍ୟୁମେଣ୍ଟ ଓ ଡିଜିଟାଲ ଡାଟା ଜବତ କରାଯାଇଥିବା ଜଣାପଡ଼ିଛି ।

ଫେମା ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଇଡି ବେଙ୍ଗାଲୁରୁ ସ୍ଥିତ ବାୟଜୁସ୍ ଅଫିସରେ ଚଢ଼ାଉ କରିଥିଲା । ରବୀନ୍ଦ୍ରନ ବାଇଜୁ ଓ ତାଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆକ୍ଟ ନିୟମ ଉଲ୍ଲଂଘନ ନେଇ କମ୍ପାନୀ ବିରୋଧରେ ଅଭିଯୋଗ ଆସିଛି ।

ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଚଢ଼ାଉ ବେଳେ ଜଣାପଡ଼ିଲା ଯେ ତାଙ୍କ କମ୍ପାନୀରେ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରାୟ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି। ଏହି ସମୟ ମଧ୍ୟରେ କମ୍ପାନୀ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନାମରେ ବିଭିନ୍ନ ବିଦେଶୀ ସଂସ୍ଥାକୁ ପ୍ରାୟ ୯୭୫୪ କୋଟି ଟଙ୍କା ପଠାଇଛି। ସେହିପରି ତାଙ୍କ କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ଆଉ ଫାଇନାନସିଆଲ ଷ୍ଟେଟମେଣ୍ଟ ପ୍ରସ୍ତୁତ କରି ନାହିଁ କି ଆକାଊଣ୍ଟ ଅଡିଟ କରି ନାହିଁ।

ତେବେ ଲୋକଙ୍କଠାରୁ ମିଳିଥିବା ଏକାଧିକ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଯାଞ୍ଚ ଏଜେନ୍ସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ବହୁବାର ରବିନ୍ଦ୍ରନଙ୍କ ନିକଟକୁ ସମନ ପଠାଯାଇଥିଲେ ହେଁ ସେ ଏହାକୁ ଅଣଦେଖା କରିଆସୁଥିଲେ । ରବିନ୍ଦ୍ର କେବେ ବି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । କମ୍ପାନୀକୁ ପାଖାପାଖି ୨୮,୦୦୦ କୋଟିର ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ମିଳିଥିବା ଜଣାପଡ଼ିଛି । ବିଦେଶୀ ନିବେଶ ନାମରେ ବିଭିନ୍ନ ବିଦେଶୀ ଅର୍ଥରିଟିଙ୍କୁ ପାଖାପାଖି ୯,୭୫୪ କୋଟି ଟଙ୍କା ପଠାଯାଇଥିବା ମାମଲାର ମଧ୍ୟ ଯାଞ୍ଚ ଚାଲିଛି ।

ଅନ୍ୟପକ୍ଷରେ ବାଇଜୁ ପକ୍ଷରୁ କୁହାଯାଇଛି ଯେ ଏହାକ ଏକ ରୁଟିନ୍ ତଦନ୍ତ, ଯାହାକୁ ଫେମା ଅଧୀନରେ କରାଯାଇଛି। ଯାଞ୍ଚ ବେଳେ କମ୍ପାନୀ ପକ୍ଷରୁ ଇଡିଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଇଛି। ସେମାନେ ଦାବି କରିଥିବା ସମସ୍ୟ ତଥ୍ୟ ସେମାନଙ୍କୁ ଦିଆଯାଇଛି।

Tags: