ଭୂ-କମ୍ପରେ ଥରିଲା ନେପାଳ, ଭାରତର ୮ ରାଜ୍ୟରେ ଝଟକା

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି I ଏଥିରେ ନେପାଳର ୬ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି I ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଥିବାବେଳେ, ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାୟ ରାତି ୧ଘଣ୍ଟା ୫୭ ମିନିଟରେ ଭୂ-କମ୍ପ ଦେଖାଦେଇଥିଲା। ଭୂ-କମ୍ପର କେନ୍ଦ୍ର ସ୍ଥଳ ଉତ୍ତରାଖଣ୍ଡର ପିଥୋରାଗଢ଼ରେ ନେପାଳ ସଂଲଗ୍ନ ସୀମାରେ ଥିଲା। ଏହା ପୂର୍ବରୁ ମଙ୍ଗଳବାର […]

Samaya Live Picture
Published On

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି I ଏଥିରେ ନେପାଳର ୬ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି I ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଥିବାବେଳେ, ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାୟ ରାତି ୧ଘଣ୍ଟା ୫୭ ମିନିଟରେ ଭୂ-କମ୍ପ ଦେଖାଦେଇଥିଲା। ଭୂ-କମ୍ପର କେନ୍ଦ୍ର ସ୍ଥଳ ଉତ୍ତରାଖଣ୍ଡର ପିଥୋରାଗଢ଼ରେ ନେପାଳ ସଂଲଗ୍ନ ସୀମାରେ ଥିଲା। ଏହା ପୂର୍ବରୁ ମଙ୍ଗଳବାର ସକାଳେ ମଧ୍ୟ ଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ ଥିଲା I ଯାହାର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା,ବୋଲି ରାଷ୍ଟ୍ରୀୟ ଭୂ-କମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।


ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ,ନେପାଳରେ ହୋଇଥିବା ଭୂମିକମ୍ପର ମୃତକମାନେ ହେଲେ ପଶ୍ଚିମ ନେପାଳର ଦୋତି ଜିଲ୍ଲାର ବୋଲି ମୁଖ୍ୟ ଜିଲ୍ଲା ଅଧିକାରୀ କଳ୍ପନା ଶ୍ରେଷ୍ଠ ପ୍ରକାଶ କରିଛନ୍ତି। ଏହି ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣାରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ଘର ଭୁଶୁଡ଼ି ପଡ଼ିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ନେପାଳ ସେନା ଉକ୍ତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦୋଟି ଜିଲ୍ଲାରେ ଏକ ଘର ଭୁଶୁଡ଼ିବା ପରେ ଏହି ଲୋକଙ୍କର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷେ ବୁଧୁବାର ଭୋର ସମୟରେ ଉତ୍ତର ଭାରତର ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ପ୍ରଥମେ ମଙ୍ଗଳବାର ରାତି ୮.୫୨ ରେ ଲକ୍ଷ୍ନୌ ସମେତ ଦିଲ୍ଲୀ ,ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତର ପ୍ରଦେଶ, ମଣିପୁର, ହରିୟାଣା, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିଚ୍ଟର ସ୍କେଲରେ ୪ .୯ ଥିଲା I

Tags: