ପାକିସ୍ତାନ ରେ ଭୂମିକମ୍ପ,ଆଫଗାନିସ୍ଥାନ ସମେତ ଥରିଲା ଭାରତ ,୧୫ ରୁ ଉର୍ଦ୍ଧ୍ବ ମୃତ
ନୂଆଦିଲ୍ଲୀ : ଭୂମିକମ୍ପ ଝଟକାରେ ଥରିଲା ଭାରତ I ଗତକାଲି ବିଳମ୍ବିତ ରାତି୧୦ଟା ୧୭ମିନିଟ ରେ ଜମ୍ମୁ, କଶ୍ମୀର,ହରିୟାଣା,ପଞ୍ଜାବ, ହିମାଚଳପ୍ରଦେଶ ଏବଂ ରାଜସ୍ଥାନ ଭୂକମ୍ପରେ ଥରି ଉଠିଥିଲା I ଦିଲ୍ଲୀ ଏନସିଆର ଅଂଚଳରେ ଭୂମିକମ୍ପର ତୀବ୍ରତା ରିକଟର ସ୍କେଲ ରେ ୬.୬୩ ରହିଥିଲା I ଏହି ଭୂମିକମ୍ପର ଉତ୍ପତି ସ୍ଥଳ ଆଫଗାନିସ୍ତାନର ଫୈଜାବାଦ ଥିବା ବେଳେ ପାକିସ୍ତାନର ଇସ୍ଲାମାବାଦ୍, ଲାହୋର ଓ ପେଶାୱରରେ ଏହାର ପ୍ରଭାବ ଦେଖାଦେଇଛି I ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏହାର ତୀବ୍ରତା ୬.୫ […]
ନୂଆଦିଲ୍ଲୀ : ଭୂମିକମ୍ପ ଝଟକାରେ ଥରିଲା ଭାରତ I ଗତକାଲି ବିଳମ୍ବିତ ରାତି୧୦ଟା ୧୭ମିନିଟ ରେ ଜମ୍ମୁ, କଶ୍ମୀର,ହରିୟାଣା,ପଞ୍ଜାବ, ହିମାଚଳପ୍ରଦେଶ ଏବଂ ରାଜସ୍ଥାନ ଭୂକମ୍ପରେ ଥରି ଉଠିଥିଲା I ଦିଲ୍ଲୀ ଏନସିଆର ଅଂଚଳରେ ଭୂମିକମ୍ପର ତୀବ୍ରତା ରିକଟର ସ୍କେଲ ରେ ୬.୬୩ ରହିଥିଲା I
ଏହି ଭୂମିକମ୍ପର ଉତ୍ପତି ସ୍ଥଳ ଆଫଗାନିସ୍ତାନର ଫୈଜାବାଦ ଥିବା ବେଳେ ପାକିସ୍ତାନର ଇସ୍ଲାମାବାଦ୍, ଲାହୋର ଓ ପେଶାୱରରେ ଏହାର ପ୍ରଭାବ ଦେଖାଦେଇଛି I ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏହାର ତୀବ୍ରତା ୬.୫ ରହିଥିଲା । ଭୂମିକମ୍ପ ଯୋଗୁଁ ପାକିସ୍ଥାନରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।ସେହିଭଳି ଆଫଗାନିସ୍ତାନରେ ମଧ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ଭୂମିକମ୍ପ ପ୍ରଭାବିତ ଅଂଚଳରେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ଘର ଭାଙ୍ଗିଯାଇଛି । ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଜୋରଦାର କରାଯାଇଛି ।
ଅନ୍ୟପଟେ ଉତ୍ତର ଭାରତକୁ ସର୍ବଦା ଭୂକମ୍ପ ବିପଦ ବିଷୟରେ ଉଲ୍ଲେଖ କରି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ପ୍ରାୟ ୧୫୦ କିମି ଗଭୀରରେ ଭୂଗର୍ଭଜନିତ ତ୍ରୁଟି ରହିଛି। ତେଣୁ ଉତ୍ତର ଭାରତରେ ଅଧିକ ଭୂକମ୍ପ ଅନୁଭୂତ ହୁଏ। ଗତକାରଲି ବହୁ ସମୟଧରି ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।




