ରାଜଧାନୀ ଦିଲ୍ଲୀ ସମେତ ନେପାଳରେ ଭୂମିକମ୍ପ

ନୂଆଦିଲ୍ଲୀ : ବୁଧବାର ଅପରାହ୍ନରେ ଦିଲ୍ଲୀ-ଏନସିଆର, ହରିୟାଣା, ଉତ୍ତରପ୍ରଦେଶ ଏବଂ ଉତ୍ତର ଭାରତର କିଛି ଅଂଶରେ ଭୂକମ୍ପନର ଝଟକା ଅନୁଭୂତ ହୋଇଛି। ସେହିପରି ଆଜି ଦିନ ୧.୩୦ ମିନିଟରେ ନେପାଳରେ ଭୂମିକମ୍ପ ହୋଇଯାଇଛି I ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୪ ରେକର୍ଡ଼ କରାଯାଇଛି। ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା I ତେବେ ଏହି ଦୁଇ ଭୁକମ୍ପରେ କୌଣସି ସ୍ଥାନରୁ ଧାନ […]

Samaya Live Picture
Published On

ନୂଆଦିଲ୍ଲୀ : ବୁଧବାର ଅପରାହ୍ନରେ ଦିଲ୍ଲୀ-ଏନସିଆର, ହରିୟାଣା, ଉତ୍ତରପ୍ରଦେଶ ଏବଂ ଉତ୍ତର ଭାରତର କିଛି ଅଂଶରେ ଭୂକମ୍ପନର ଝଟକା ଅନୁଭୂତ ହୋଇଛି।

ସେହିପରି ଆଜି ଦିନ ୧.୩୦ ମିନିଟରେ ନେପାଳରେ ଭୂମିକମ୍ପ ହୋଇଯାଇଛି I ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୪ ରେକର୍ଡ଼ କରାଯାଇଛି। ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା I ତେବେ ଏହି ଦୁଇ ଭୁକମ୍ପରେ କୌଣସି ସ୍ଥାନରୁ ଧାନ ଜୀବନ ନଷ୍ଟ ହେବାର ଖବର ସାମ୍ନାକୁ ଆସିନାହିଁ।

ନେପାଳରେ ଗତ କିଛି ମାସ ହେଲାଣି ଲଗାତାର ଭୂମିକମ୍ପ ଝଟକା ଅନୁଭୂତ ହେଉଛି। ଏହା ପୂର୍ବରୁ ୨୪ ଜାନୁଆରୀରେ ନେପାଳରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଗତବର୍ଷ ନଭେମ୍ବରରେ ନେପାଳରେ ୬.୩ ତୀବତ୍ରାର ଭୂମିକମ୍ପ ଅନୁଭୂତ ହୋଇଥିଲା । ନେପାଳ ରେ ହେଉଥିବା ଭୂମିକମ୍ପ ପ୍ରଭାବରେ ଦିଲ୍ଲୀ ଏନସିଆର ବ୍ୟତୀତ ଆଖ ପାଖ ଅଂଚଳ ପ୍ରଭାବିତ ହେଉଥିବା ଜଣା ପଡୁଛି I ଜଣେ ଅଗ୍ରଣୀ ପାଣିପାଗ ବିଜ୍ଞାନୀ ତଥା ଭୂବିଜ୍ଞାନ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ପ୍ରତିବର୍ଷ ପ୍ରାୟ ୫ ସେମି ଖସୁଛି। ଯାହା ଆଗାମୀ ଦିନରେ ଏହା ଏକ ଭୟଙ୍କର ଭୂକମ୍ପ (ଭାରତ ଭୂକମ୍ପ ଆଲର୍ଟ) ର ରୂପ ନେଇପାରେ । ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ହିମାଳୟ ଅଞ୍ଚଳରେ ଉତ୍ତପ୍ତ ଜମାଟ ବାନ୍ଧୁଛି ଏବଂ ଏହା ଏହା ଦ୍ୱାରା ବଡ଼ ଭୂକମ୍ପ ହେବାର ସମ୍ଭାବନା ବଢୁଛି ।

Tags: