ମଣିପୁର ଓ ହରାୟଣାରେ ଭୂମିକମ୍ପ

ଇମ୍ଫାଲ : ଶନିବାର ସକାଳେ ୬ ଟା ସମୟରେ ମଣିପୁରର ଉକ୍ରୁଲରେ ଭୂମିକମ୍ପ ଅନୁଭୂତ ହୋଇଛି I ରିକଟର ସ୍କେଲ ରେ ଏହାର ତୀବ୍ରତା ୪ .୦ ମ୍ୟାଗ୍ନିଚ୍ୟୁଡ ଥିଲା I ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ର ସୂଚନା ସୂଚନାନୁସାରେ ଏହି କମ୍ପନ୍ ର ଗଭୀରତା ୧୦ କିଲୋମିଟର ଥିଲା ବୋଲି ଏଥିରେ କୁହାଯାଇଛି। ଏଥିରେ କୌଣସି ଜୀବନ ହାନି ସହିତ କ୍ଷୟକ୍ଷତି ଘଟି ନାହିଁ I ସେହିପରି, ଶୁକ୍ରବାର ରାତି ୯.୩୧ ରେ […]

Samaya Live Picture
Published On

ଇମ୍ଫାଲ : ଶନିବାର ସକାଳେ ୬ ଟା ସମୟରେ ମଣିପୁରର ଉକ୍ରୁଲରେ ଭୂମିକମ୍ପ ଅନୁଭୂତ ହୋଇଛି I ରିକଟର ସ୍କେଲ ରେ ଏହାର ତୀବ୍ରତା ୪ .୦ ମ୍ୟାଗ୍ନିଚ୍ୟୁଡ ଥିଲା I ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ର ସୂଚନା ସୂଚନାନୁସାରେ ଏହି କମ୍ପନ୍ ର ଗଭୀରତା ୧୦ କିଲୋମିଟର ଥିଲା ବୋଲି ଏଥିରେ କୁହାଯାଇଛି। ଏଥିରେ କୌଣସି ଜୀବନ ହାନି ସହିତ କ୍ଷୟକ୍ଷତି ଘଟି ନାହିଁ I

ସେହିପରି, ଶୁକ୍ରବାର ରାତି ୯.୩୧ ରେ ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ପ୍ରାନ୍ତରେ ୩.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା । ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଶାମ୍‌ଲିରେ ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି । ଭୂଗର୍ଭର ୫ କିଲୋମିଟର୍‌ ଅଭ୍ୟନ୍ତରରେ ସୃଷ୍ଟି ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ରିପୋର୍ଟ ମିଳିନାହିଁ।

Tags: