ଆଫଗାନିସ୍ତାନରେ ଭୂମିକମ୍ପ ଝଟକା
କାବୁଲ : ଆଫଗାନିସ୍ତାନରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଭାରତୀୟ ସମୟାନୁସାରେ ଆଜି ସକାଳ ୮.୫୪ମିନିଟରେ ହୋଇଥିଲା । ଭୂମିକମ୍ପର ତୀବ୍ରତା ୪.୨ ଥିଲା । ଏନ୍ସିଏସ୍ ପକ୍ଷରୁ ଏହାର ସୂଚନା ମିଳିଛି । ଗତ ୪ ଦିନରେ ଏହା ଦେଶରେ ଆସିଥିବା ୪ର୍ଥ ଭୂକମ୍ପ । ଭୂକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ସୂଚନାନୁଯାୟୀ, ଆଜି ସକାଳେ ତିବ୍ଦତ, ବଙ୍ଗୋପସାଗର ଏବଂ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତିବ୍ଦତରେ […]
କାବୁଲ : ଆଫଗାନିସ୍ତାନରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଭାରତୀୟ ସମୟାନୁସାରେ ଆଜି ସକାଳ ୮.୫୪ମିନିଟରେ ହୋଇଥିଲା । ଭୂମିକମ୍ପର ତୀବ୍ରତା ୪.୨ ଥିଲା । ଏନ୍ସିଏସ୍ ପକ୍ଷରୁ ଏହାର ସୂଚନା ମିଳିଛି । ଗତ ୪ ଦିନରେ ଏହା ଦେଶରେ ଆସିଥିବା ୪ର୍ଥ ଭୂକମ୍ପ । ଭୂକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
ସୂଚନାନୁଯାୟୀ, ଆଜି ସକାଳେ ତିବ୍ଦତ, ବଙ୍ଗୋପସାଗର ଏବଂ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତିବ୍ଦତରେ ଭୂକମ୍ପର ତୀବ୍ରତା ୩.୮ ହୋଇଥିବାବେଳେ ବଙ୍ଗୋପସାଗରରେ ୪.୫ ତୀବ୍ରତା ଅନୁଭୂତ ହୋଇଥିଲା ଏବଂ ମିଆଁମାରରେ ୩.୯ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ସ୍ଥାନୀୟ ଲୋକେ ସବୁ ଘରୁ ବାହାରକୁ ଚାଲି ଯାଇଥିଲେ । କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଥିଲା ।
ଅନ୍ୟପଟେ ନିକଟରେ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସୂଚନା ଅନୁସାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଥିଲା । ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେଇଥିଲା ।ତେବେ ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ ।
ସେହିପରି ଭାରତର ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଭାରତୀୟ ମାନକ ସମୟ (IST) ସକାଳ ସମୟରେ ଅରୁଣାଚଳ ପ୍ରଦେଶର ଦେବାଙ୍ଗ ଉପତ୍ୟକାରେ ରିକ୍ଟର ସ୍କେଲରେ ୩ .୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା ।




