ବଙ୍ଗୋପସାଗରରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି ।ରିକ୍ଟର ସ୍କେଲ ୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା I ସକାଳ ୮ଟା ୩୨ ମିନିଟରେ ଭୂକମ୍ପ ହୋଇଥିବା ନେଇ ଏନସିଏସର ସୂଚନା ଦେଇଛି । Earthquake of Magnitude:5.1, Occurred on 05-12-2022, 08:32:55 IST, Lat: 19.14 & Long: 89.79, Depth: 10 Km ,Location: Bay of Bengal, India for more information Download the BhooKamp App https://t.co/urXZwR1TPe @Dr_Mishra1966 […]

Samaya Live Picture
Published On

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି ।ରିକ୍ଟର ସ୍କେଲ ୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା I ସକାଳ ୮ଟା ୩୨ ମିନିଟରେ ଭୂକମ୍ପ ହୋଇଥିବା ନେଇ ଏନସିଏସର ସୂଚନା ଦେଇଛି ।

ପୁରୀରୁ ୪୨୧ କିଲୋମିଟର ପୂର୍ବ ଓ ଭୁବନେଶ୍ୱରରୁ ୪୩୪ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ସମୁଦ୍ର ପୃଷ୍ଠରୁ ୧୦ କିମି ଆଭ୍ୟନ୍ତରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି । ସେହିପରି ପଶ୍ଚିମବଙ୍ଗର ହଳଦିଆରୁ ୩୭୦ କିଲୋମିଟର ଦୂର ଦକ୍ଷିଣ ଦକ୍ଷିଣ ପୂର୍ବ, କୋଲକାତାରୁ ୪୦୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଥିଲା ଭୂକମ୍ପର ଉତ୍ପତ୍ତିସ୍ଥଳ । ତ୍ରିପୁରାର ବେଲୋନିଆରୁ ୪୮୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମରେ କେନ୍ଦ୍ରସ୍ଥଳୀ ରହିଥିଲା । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍‌ମୋଲୋଜି ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି ।