ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ୯ଟାରେ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ର ଝଟକା ଅନୁଭୂତ ହୋଇଛି I ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ସକାଳ ୯ଟା ୫୫ ମିନିଟରେ ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାସ୍ଥିତ ବସାର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏନସିଏସ ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ କରାଯାଇଛି । ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି । ମାତ୍ର ଭୂକମ୍ପର ଝଟକା […]
ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ୯ଟାରେ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ର ଝଟକା ଅନୁଭୂତ ହୋଇଛି I ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ସକାଳ ୯ଟା ୫୫ ମିନିଟରେ ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାସ୍ଥିତ ବସାର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏନସିଏସ ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ କରାଯାଇଛି ।
ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି । ମାତ୍ର ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଏହା ପୂର୍ବରୁ ନଭେମ୍ବର ୧୦ରେ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୫.୭ ରେକର୍ଡ କରାଯାଇଥିଲା । ସକାଳ ୧୦ଟା୩୧ ମିନିଟ୍ ରେ ଅନୁଭବ ହୋଇଥିଲା ।
ସୂଚନାନୁସାରେ ଗତ ଶନିବାର ଦିନ ପୂର୍ବ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା Iଏହାର ତୀବ୍ରତା ରିକଟର ସ୍କେଲରେ ୫ .୪ ଥିଲା I ଏଥିରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା Iଯାହାର ପ୍ରଭାବରେ ଦିଲ୍ଲୀ ସମେତ ୯ ଟି ରାଜ୍ୟ ଲଖନଉ, ମୁରାଦାବାଦ ଭଳି ଅନେକ ସହରରେ ଅନୁଭବ ହୋଇଥିଲା । ରାତି ୨ଟାରେ ହୋଇଥିବା ଏହି ଭୂକମ୍ପ ହୋଇଥିଲା ।




