ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ଼ ଶୋ ବେଳେ ଦଳାଚକଟା, ୭ ମୃତ

ନେଲୋର: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲି ରେ ବଡ଼ ଅଘଟଣ I ବୁଧବାର ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାଣ୍ଡୁକୁର ଠାରେ ଟିଡିପି ମୁଖ୍ୟ ରାଲି ରେ କରୁଥିବା ସମୟରେ ଦଳାଚକଟା ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି । ଦଳାଚକଟା ସମୟରେ ମୃତକ ମାନେ ରାସ୍ତା କଡରେ ଥିବା ଏକ ଖୋଲା ଡ୍ରେନ ରେ ପଡି ଯାଇଥିଲେ I ମୃତକ ମାନେ ସମସ୍ତେ ହେଉଛନ୍ତି ଟିଡ଼ିପି କର୍ମୀ I ଏହି ଅଘଟଣ ପରେ ଚନ୍ଦ୍ରାବାବୁ […]

Samaya Live Picture
Published On

ନେଲୋର: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲି ରେ ବଡ଼ ଅଘଟଣ I ବୁଧବାର ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାଣ୍ଡୁକୁର ଠାରେ ଟିଡିପି ମୁଖ୍ୟ ରାଲି ରେ କରୁଥିବା ସମୟରେ ଦଳାଚକଟା ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି । ଦଳାଚକଟା ସମୟରେ ମୃତକ ମାନେ ରାସ୍ତା କଡରେ ଥିବା ଏକ ଖୋଲା ଡ୍ରେନ ରେ ପଡି ଯାଇଥିଲେ I ମୃତକ ମାନେ ସମସ୍ତେ ହେଉଛନ୍ତି ଟିଡ଼ିପି କର୍ମୀ I ଏହି ଅଘଟଣ ପରେ ଚନ୍ଦ୍ରାବାବୁ ନାଇଡୁ ରାଲି ବନ୍ଦ କରିଦେଇଥିଲେ I ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚନ୍ଦ୍ରବାବୁ ନାଇଡୁ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି।

ସେପଟେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଏବଂ ସେମାନଙ୍କ ପିଲାଙ୍କୁ ଏନଟିଆର ଟ୍ରଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢାଇବାକୁ ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେହିପରି ଆହତମାନଙ୍କ ଚିକିତ୍ସା ଦାୟୀତ୍ୱ ନେବା ପାଇଁ ଦଳୀୟ ନେତାଙ୍କୁ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ କାଣ୍ଡୁକରରେ ଟିଡିପି ମୁଖ୍ୟଙ୍କ ଏକ ଜନସଭା କାର୍ଯ୍ୟକ୍ରମ ଚାଲିଥିଲା । ଚନ୍ଦ୍ରବାବୁଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ହଜାର ହଜାର ସାଧାରଣ ଜନତା ଓ ଟିଡିପି କର୍ମୀ ଏକତ୍ରିତ ହୋଇଥିଲେ । ଭିଡ଼ ଅତ୍ୟଧିକ ହେବାରୁ ସେଠାରେ ଠେଲାପେଲା ଓ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Tags: