ଡକ୍ଟର ସି.ଭି ଆନନ୍ଦ ବୋଷ ହେଲେ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ

କୋଲ୍‌କାତା: ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବରେ ଡକ୍ଟର ସି.ଭି ଆନନ୍ଦ ବୋଷ ଆଜି ଶପଥ ଗ୍ରହଣ କରିଛନ୍ତି କୋଲ୍‌କାତାସ୍ଥିତ ରାଜଭବନରେ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି। ୭୧ବର୍ଷିୟ ଡକ୍ଟର ଆନନ୍ଦ ବୋଷ ଏହାପୂର୍ବରୁ ମେଘାଳୟ ସରକାରଙ୍କ ପରାମର୍ଶଦାତା ଥିଲେ। ଜୁଲାଇ ୧୮ ତାରିଖରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ରାଜ୍ୟପାଳ ପଦବୀ ଖାଲି ରହିଥିଲା I ମଣିପୁର ରାଜ୍ୟପାଳ ଲା’ […]

Samaya Live Picture
Published On

କୋଲ୍‌କାତା: ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବରେ ଡକ୍ଟର ସି.ଭି ଆନନ୍ଦ ବୋଷ ଆଜି ଶପଥ ଗ୍ରହଣ କରିଛନ୍ତି କୋଲ୍‌କାତାସ୍ଥିତ ରାଜଭବନରେ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି।

୭୧ବର୍ଷିୟ ଡକ୍ଟର ଆନନ୍ଦ ବୋଷ ଏହାପୂର୍ବରୁ ମେଘାଳୟ ସରକାରଙ୍କ ପରାମର୍ଶଦାତା ଥିଲେ। ଜୁଲାଇ ୧୮ ତାରିଖରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ରାଜ୍ୟପାଳ ପଦବୀ ଖାଲି ରହିଥିଲା I ମଣିପୁର ରାଜ୍ୟପାଳ ଲା’ ଗଣେଶନ୍‌ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ । ଆଜି ବୋଷ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ୧୯୭୭ ମସିହାର କେରଳ କ୍ୟାଡରର ‘ଭାରତୀୟ ପ୍ରଶାସନିକ ସେବା’ର ଅଧିକାରୀ ଥିଲେ ଏବଂ କେରଳ ବିଶ୍ୱବିଦ୍ୟାଳୟର କୁଳପତି, ତଥା ଅତିରିକ୍ତ ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ।

ଡ. ସିଭି ଆନନ୍ଦ ବୋଷ ଜଣେ ଲେଖକ ଏବଂ ସ୍ତମ୍ଭକାର ରହିଛନ୍ତି । ସେ ଉପନ୍ୟାସ, କ୍ଷୁଦ୍ରଗଳ୍ପ, କବିତା ଏବଂ ପ୍ରବନ୍ଧ ସହିତ ଇଂରାଜୀ, ମାଲାୟାଲମ୍ ଏବଂ ହିନ୍ଦୀରେ ୪୦ ଟି ପୁସ୍ତକ ପ୍ରକାଶ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୯ ଟି ଆନ୍ତର୍ଜାତୀୟ ତଥା ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି I ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଜାତୀୟ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିଥିବା କାର୍ଯ୍ୟକାରୀ ଗୋଷ୍ଠୀର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର “ସମସ୍ତଙ୍କ ପାଇଁ ସୁଲଭ ଗୃହ” ସଂକଳ୍ପ ସରକାର ଗ୍ରହଣ କରିଥିଲେ। ତାଙ୍କୁ ଜବାହରଲାଲ ନେହେରୁ ଫେଲୋସିପ୍ ପ୍ରଦାନ କରାଯାଇଥିଲା I

ଆଜିର ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ କ୍ୟାବିନେଟ୍‌ର ସଦସ୍ୟ, ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ବାମ ସାମ୍ମୁଖ୍ୟର ଅଧ୍ୟକ୍ଷ ବିମାନ ବୋଷ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Tags: