ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଯୁଗ

ୱାସିଂଟନ:ବଦଳିଛି ଆମେରିକାର ରାଜନୀତି, ପୁଣି ଥରେ ଫେରିଛି ଟ୍ରମ୍ପ ଶାସନ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲଡୋ ଟ୍ରମ୍ପ।ଉଦବୋଧନ ଆରମ୍ଭରୁ ବାଇଡେନଙ୍କୁ କଡ଼ା ସମାଲୋଚନା କରିଥିଲେ ଟ୍ରମ୍ପ । ବାଇଡେନଙ୍କ ଶାସନ କାଳରେ ଆଇନର ଅପବ୍ୟବହାର ହୋଇଛି ବୋଲି କହିଛନ୍ତି ଟ୍ରମ୍ପ । ବିଶ୍ୱରେ ଆମେରିକାକୁ ଆହୁରି ଆଗକୁ ନେବାପାଇଁ ଟ୍ରମ୍ପ ନିଜ ଭାଷଣ ଦେଇଥିଲେ। ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନଙ୍କୁ ପରାସ୍ତ କରି […]

Samaya Live Picture
Published On

ୱାସିଂଟନ:ବଦଳିଛି ଆମେରିକାର ରାଜନୀତି, ପୁଣି ଥରେ ଫେରିଛି ଟ୍ରମ୍ପ ଶାସନ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲଡୋ ଟ୍ରମ୍ପ।ଉଦବୋଧନ ଆରମ୍ଭରୁ ବାଇଡେନଙ୍କୁ କଡ଼ା ସମାଲୋଚନା କରିଥିଲେ ଟ୍ରମ୍ପ । ବାଇଡେନଙ୍କ ଶାସନ କାଳରେ ଆଇନର ଅପବ୍ୟବହାର ହୋଇଛି ବୋଲି କହିଛନ୍ତି ଟ୍ରମ୍ପ । ବିଶ୍ୱରେ ଆମେରିକାକୁ ଆହୁରି ଆଗକୁ ନେବାପାଇଁ ଟ୍ରମ୍ପ ନିଜ ଭାଷଣ ଦେଇଥିଲେ।
ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନଙ୍କୁ ପରାସ୍ତ କରି ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଏଭଳି ଗୁରୁ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ସେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିସାରିଛନ୍ତି।ଉତ୍ସବରେ ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ସାମିଲ ହୋଇଥିଲେ।

Tags: