ଆମେରିକା ରାଷ୍ଟ୍ରପତି ନିର୍ବାଚନ,ଜିତିଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : ୨ୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କମଲା ହ୍ୟାରୀସଙ୍କୁ ହରାଇ ଜିତିଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଲା ହ୍ୟାରିସଙ୍କୁ ୨୨୬ ଭୋଟ୍‌ ମିଳିଛି । ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ଏହାକୁ ପାର୍‌ କରି ଦେଇଛନ୍ତି ଟ୍ରମ୍ପ । ୪ ବର୍ଷ ପରେ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାକୁ ଯାଉଛନ୍ତି । ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ୨ୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କମଲା ହ୍ୟାରୀସଙ୍କୁ ହରାଇ ଜିତିଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଲା ହ୍ୟାରିସଙ୍କୁ ୨୨୬ ଭୋଟ୍‌ ମିଳିଛି । ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ଏହାକୁ ପାର୍‌ କରି ଦେଇଛନ୍ତି ଟ୍ରମ୍ପ । ୪ ବର୍ଷ ପରେ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାକୁ ଯାଉଛନ୍ତି । ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ।

ଆମେରିକାର ୪୭ ତମ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ଜର୍ଜିଆ ଏବଂ ନେବାଡ଼ାରେ ବିଜୟ ଲାଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । ନିଜ ବିଜୟକୁ ଆମେରିକାବାସୀଙ୍କ ବିଜୟ ବୋଲି କହି ସମ୍ବୋଧିତ କରିଛନ୍ତି ଟ୍ରମ୍ପ୍‌ । ନିଜ ଭାଷଣରେ ସେ ଆମେରିକାବାସୀଙ୍କୁ ଥ୍ୟାଙ୍କ ୟୁ କହିବା ସହ ଆଜିଠାରୁ ଆମେରିକାବାସୀଙ୍କର ଗୋଲଡେନ ଡେ ଆରମ୍ଭ ବୋଲି କହିଛନ୍ତି । ସେ ପତ୍ନୀ ମେଲାନିଆଙ୍କ ସହିତ ସମସ୍ତ ପରିବାର ସଦସ୍ୟଙ୍କୁ ଧନ୍ୟବାଦ କହିବା ସହ ଟେସଲା ମୁଖ୍ୟ ଏଲୋନ ମସ୍କ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ବିଜୟପଥ ଆଦୌ ସହଜ ନଥିଲା । ମୋ ଉପରେ ଆମେରିକାବାସୀ ବିଶ୍ୱାସ ଜନ୍ମାଇଥିବାରୁ ଧନ୍ୟବାଦ । ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରଷ୍ଟ୍ରରେ ପରିଣତ କରିବା ମୋର ଲକ୍ଷ । ସେହିପରି ବିଜୟପରେ ଏସିଆ ଏବଂ ଆରବ ଦେଶ ସହିତ ସମ୍ପର୍କ ସୁଦୃଢ ହେବ ବୋଲି କହିଛନ୍ତି । ଜାନୁଆରୀ ୨୦୨୫ରେ ସେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ।

Tags: