ଟାଇମ ମାଗାଜିନ ପ୍ରଚ୍ଛଦ ଫଟୋକୁ ଟ୍ରମ୍ପଙ୍କ ସମାଲୋଚନା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇସାରିଛି ଏବଂ ହମାସ୍‌ ଦ୍ବ‌ାରା ପଣବନ୍ଦୀ ଥିବା ସମସ୍ତ ଜୀବିତ ଇସ୍ରାଏଲ ନାଗରିକ ମୁକ୍ତ ହୋଇଛନ୍ତି। ଏହାକୁ ନେଇ ଟାଇମ୍ ପତ୍ରିକା ପକ୍ଷରୁ ପ୍ରଚ୍ଛଦପଟ୍ଟରେ ତାଙ୍କ ଫଟୋକୁ ସ୍ଥାନ ଦିଆଯାଇଛି। ‘ହିଜ୍‌ ଟ୍ରମ୍ଫ’ ଏହାର ଟାଇଟଲ ରଖାଯାଇଛି। ତେବେ ପ୍ରଚ୍ଛଦପଟ୍ଟରେ ପ୍ରକାଶ ପାଇଥିବା […]

ଟାଇମ ମାଗାଜିନ ପ୍ରଚ୍ଛଦ ଫଟୋକୁ ଟ୍ରମ୍ପଙ୍କ ସମାଲୋଚନା
Samaya Live Picture
Published On

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇସାରିଛି ଏବଂ ହମାସ୍‌ ଦ୍ବ‌ାରା ପଣବନ୍ଦୀ ଥିବା ସମସ୍ତ ଜୀବିତ ଇସ୍ରାଏଲ ନାଗରିକ ମୁକ୍ତ ହୋଇଛନ୍ତି। ଏହାକୁ ନେଇ ଟାଇମ୍ ପତ୍ରିକା ପକ୍ଷରୁ ପ୍ରଚ୍ଛଦପଟ୍ଟରେ ତାଙ୍କ ଫଟୋକୁ ସ୍ଥାନ ଦିଆଯାଇଛି। ‘ହିଜ୍‌ ଟ୍ରମ୍ଫ’ ଏହାର ଟାଇଟଲ ରଖାଯାଇଛି। ତେବେ ପ୍ରଚ୍ଛଦପଟ୍ଟରେ ପ୍ରକାଶ ପାଇଥିବା ଏହି ଫଟୋକୁ ଟ୍ରମ୍ପ ସର୍ବକାଳୀନ ଖରାପ ଫଟୋ କହି କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପ ଟ୍ରୁଥ ସୋସିଆଲରେ ଏହାକୁ ଅଜବ ଫଟୋ ବୋଲି କହିବା ସହିତ ଏଥିରେ ତାଙ୍କର କେଶ ନ ଥିବା ପରି ଦେଖାଯାଉଛି, ମୁଣ୍ଡ ଉପରେ ଉଡ଼ନ୍ତା ମୁକୁଟ ପରି କିଛି ଦେଖାଯାଉଛି ବୋଲି କହି ସମାଲୋଚନା କରିଛନ୍ତି। ଏପରି ଫଟୋକୁ ମୁଁ କଦାପି ପସନ୍ଦ କରେନାହିଁ। ଏହା ଅତ୍ୟନ୍ତ ଖରାପ ଫଟୋ ଏବଂ ଏହା ନିନ୍ଦା ଯୋଗ୍ୟ ବୋଲି ସେ ଲେଖିଛନ୍ତି। ଟାଇମ୍ ପତ୍ରିକା ଜାଣିଶୁଣି ଏପରି ଫଟୋ ଦେଇଥିବା ସେ କହିଛନ୍ତି। ତେବେ ଆଲେଖ୍ୟ ଖୁବ୍ ଭଲ ହୋଇଛି ବୋଲି କହି ପ୍ରଶଂସା ମଧ୍ୟ କରିଛନ୍ତି।

Tags: