୧୨ ଦିନ ପରେ ଯୁଦ୍ଧ ବିରତି ଘୋଷଣା କଲେ ଡୋନାଲଡ ଟ୍ରମ୍ପ,ଉପରମୁହାଁ ହେଲା ସେୟାର ବଜାର
ନୂଆଦିଲ୍ଲୀ : ୧୨ ଦିନ ଯୁଦ୍ଧ ପରେ ଲାଗିଛି ବିରାମ । ଇରାନ-ଇସ୍ରାଏଲ ଯୁଦ୍ଧର ବିରାମ ଲାଗିଛି । ଯୁଦ୍ଧବିରତୀ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାପରେ ୧୨ ଘଣ୍ଟା ମଧ୍ୟରେ ଇସ୍ରାଏଲ ମଧ୍ୟ ସିଜ୍ ଫାୟାର କରିବ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି । ଇରାନକୁ ପ୍ରଥମେ ସିଜ୍ ଫାୟାରର ନିୟମ ପାଳନ କରିବାକୁ ହେବ ବୋଲି ସେ […]
ନୂଆଦିଲ୍ଲୀ : ୧୨ ଦିନ ଯୁଦ୍ଧ ପରେ ଲାଗିଛି ବିରାମ । ଇରାନ-ଇସ୍ରାଏଲ ଯୁଦ୍ଧର ବିରାମ ଲାଗିଛି । ଯୁଦ୍ଧବିରତୀ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାପରେ ୧୨ ଘଣ୍ଟା ମଧ୍ୟରେ ଇସ୍ରାଏଲ ମଧ୍ୟ ସିଜ୍ ଫାୟାର କରିବ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି । ଇରାନକୁ ପ୍ରଥମେ ସିଜ୍ ଫାୟାରର ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି । ୬ ଘଣ୍ଟା ମଧ୍ୟରେ ସିଜ୍ ଫାୟାର ଲାଗୁ ହେବ । ଏନେଇ ଇରାନ ଓ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଇରାନର ପ୍ରତିଶୋଧ ଆଗରେ ନରମିଛି ଆମେରିକା । ବିଶ୍ୱ ବଜାରକୁ ତୈଳ ରପ୍ତାନି ବନ୍ଦ ପାଇଁ ଧମକ ଦେଇଥିଲା ଇରାନ ।
ଅନ୍ୟପଟେ ଯୁଦ୍ଧବିରାମ ଖବର ଭିତରେ ଉପରମୁହାଁ ହୋଇଛି ସେୟାର ବଜାର । ସପ୍ତାହର ଦ୍ବିତୀୟ ଦିନରେ ସେନ୍ସେକ୍ସ ୯୦୦ ପଏଣ୍ଟ ବଢ଼ି ୮୨,୮୦୦ କାରବାର କରୁଛି ବଜାର । ସେହିପରି ନିଫ୍ଟି ୨୮୦ ପଏଣ୍ଟ ବଢ଼ି ୨୫,୨୫୦ରେ କାରବାର କରୁଛି । ବିଶେଷ କରି ଏସୀୟ ବଜାରରେ ଯୁଦ୍ଧବିରତିର ପ୍ରଭାବ ଦେଖିବାକୁ ମିଳିଛି । ଏସୀୟ ବଜାରରେ ୨.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳୁଛି ।




