ପଶ୍ଚିମବଙ୍ଗରେ ମହିଳା ଡାକ୍ତରଙ୍କୁ ମାଡ଼ ଓ ଦୁଷ୍କର୍ମ ଧମକ, ୩ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଉଲୁବେଡ଼ିଆର ଏକ ସରକାରୀ ହସ୍ପିଟାଲ୍‌ରେ ଜଣେ ମହିଳା ଡାକ୍ତରଙ୍କ ଉପରେ ୩ ଜଣ ଲୋକ ଆକ୍ରମଣ କରିଥିବା ଏବଂ ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ହାଓଡ଼ା ଜିଲ୍ଲାର ଉଲୁବେଡ଼ିଆ ସ୍ଥିତ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସୋମବାର ଏହି ଘଟଣା ଘଟିଛି। ଉକ୍ତ ୩ ଅଭିଯୁକ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସୋମବାର ମଧ୍ୟାହ୍ନରେ ସେମାନଙ୍କର ଡାକ୍ତରଙ୍କ ସହ […]

ପଶ୍ଚିମବଙ୍ଗରେ ମହିଳା ଡାକ୍ତରଙ୍କୁ ମାଡ଼ ଓ ଦୁଷ୍କର୍ମ ଧମକ, ୩ ଗିରଫ
Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗ ଉଲୁବେଡ଼ିଆର ଏକ ସରକାରୀ ହସ୍ପିଟାଲ୍‌ରେ ଜଣେ ମହିଳା ଡାକ୍ତରଙ୍କ ଉପରେ ୩ ଜଣ ଲୋକ ଆକ୍ରମଣ କରିଥିବା ଏବଂ ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ହାଓଡ଼ା ଜିଲ୍ଲାର ଉଲୁବେଡ଼ିଆ ସ୍ଥିତ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସୋମବାର ଏହି ଘଟଣା ଘଟିଛି। ଉକ୍ତ ୩ ଅଭିଯୁକ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସୋମବାର ମଧ୍ୟାହ୍ନରେ ସେମାନଙ୍କର ଡାକ୍ତରଙ୍କ ସହ ବଚସା ହୋଇଥିଲା ଏବଂ ସେମାନେ ତାଙ୍କୁ ମାଡ଼ ମା‌ରିଥିଲେ। ଡାକ୍ତର ପରେ ପୁଲିସରେ ଏନେଇ ଅଭିଯୋଗ କରିବାପରେ ୩ ଜଣ ଗିରଫ ହୋଇଛନ୍ତି। ଗିରଫ ‌ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋମ ଗାର୍ଡ ଭାବେ କାମ କରନ୍ତି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଶେଖ୍‌ ସମ୍ରାଟ, ଶେଖ୍‌ ବାବୁଲାଲ୍‌ ଏବଂ ହୋମ୍‌ ଗାର୍ଡ ଯିଏ କି ଜଣେ ଟ୍ରାଫିକ୍‌ ପୁଲିସ ଭାବେ କାମ କରୁଛନ୍ତି ତାଙ୍କ ନାଁ ଶେଖ୍‌ ହସିବୁଲ୍‌।

Tags: