ଦିଶା ସଲିଆନଙ୍କୁ ହତ୍ୟା କରାଯାଇ ନାହିଁ -ସିବିଆଇ
ମୁମ୍ବାଇ : ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଏକ ବଡ ଖୁଲାସା କରିଛି ସିବିଆଇ । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରାଇଭେଟ ସେକ୍ରେଟାରୀ ଥିବା ଦିଶା ସଲିଆନଙ୍କର ମୃତ୍ୟୁ ୬ ଜୁନ ୨୦୨୦ ମସିହାରେ ହୋଇଥିଲା I ତାଙ୍କ ମୃତ ଦେହ ମୁମ୍ବାଇର ମଲାଡ଼ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ତଳେ ସନ୍ଦିଗ୍ଧ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା I ଏହାପରେ କୁହାଯାଉଥିଲା ଯେ ଦିଶାଙ୍କ ମୃତ୍ୟୁ […]
ମୁମ୍ବାଇ : ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଏକ ବଡ ଖୁଲାସା କରିଛି ସିବିଆଇ । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରାଇଭେଟ ସେକ୍ରେଟାରୀ ଥିବା ଦିଶା ସଲିଆନଙ୍କର ମୃତ୍ୟୁ ୬ ଜୁନ ୨୦୨୦ ମସିହାରେ ହୋଇଥିଲା I ତାଙ୍କ ମୃତ ଦେହ ମୁମ୍ବାଇର ମଲାଡ଼ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ତଳେ ସନ୍ଦିଗ୍ଧ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା I ଏହାପରେ କୁହାଯାଉଥିଲା ଯେ ଦିଶାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ତେବେ ତଦନ୍ତ ପରେ ପୋଲିସ ମାମଲା ବନ୍ଦ କରିଦେଇ କହିଥିଲା କି ଦିଶା ଆତ୍ମହତ୍ୟା କରିଛନ୍ତି । ଏହାର ଠିକ ୬ ଦିନ ପରେ ବାନ୍ଦ୍ରାସ୍ଥିତ ଭଡାଘରରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଉଦ୍ଧାର ହୋଇଥିଲା I ଏହି ମାମଲାକୁ ସିବିଆଇ ପୃଥକ ଭାବେ ପଞ୍ଜୀକୃତ କରି ନଥିଲା। ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତର ମଧ୍ୟ ଏକ ଅଂଶ ଥିଲା। କାରଣ କିଛି ଦିନ ବ୍ୟବଧାନରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ସାମ୍ନାକୁ ଆସିଥିଲା । ସେତେବେଳେ ଦେଶରେ ଏହି ଦୁଇଟି ସନ୍ଦେହ ଜଣକ ମୃତ୍ୟୁକୁ ନେଇ ଖୁବ ହଇଚଇ ହୋଇଥିଲା I
ସିବିଆଇ ର ରିପୋର୍ଟ ଅନୁସାରେ ଦିଶାଙ୍କୁ ହତ୍ୟା କରାଯାଇ ନାହିଁ କିମ୍ବା ସେ ଆତ୍ମହତ୍ୟା କରି ନାହାନ୍ତି I ଦିଶାଙ୍କ ମୃତ୍ୟୁ ଦିନ ସେ ତାଙ୍କ ଘରେ ନିଜ ଜନ୍ମ ଦିନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ I ସେଦିନ ରାତିରେ ସେ ଅତ୍ୟଧିକ ମଦ୍ୟପାନ କରିବା କାରଣରୁ ଭାରସାମ୍ୟ ହରାଇ ସେ ୧୪ ମହଲା ଆପାର୍ଟମେଣ୍ଟ ବାଲ୍କୋନି ର ତଳକୁ ଖସିପଡି ଥିଲେ I
ତେବେ ଏହି ଘଟଣାରେ ସେତେବେଳେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଅଭିଯୋଗ କରି ଥିଲେ କି ଦିଶା ସାଲିଆନଙ୍କୁ ହତ୍ୟା କରାଯାଇଥିଲା ଏବଂ ହତ୍ୟା ପୂର୍ବରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏବଂ ଏହି ଘଟଣାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଥାକରେ ଙ୍କ ହାତ ଥିବା ଅଭିଯୋଗ କରିଥିଲେ I




