ପାକିସ୍ତାନ ଉପରେ ଡିଜିଟାଲ ଆକ୍ସନ ,ଭାରତରେ ବନ୍ଦ ହେଲା ୧୬ଟି ୟୁଟ୍ୟୁବ ଚାନେଲ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କଡା ପଦକ୍ଷେପ ନେଉଛି ଭାରତ । ପାକିସ୍ତାନ ବିରୋଧରେ ହୋଇଛି ଡିଜିଟାଲ ଆକ୍ସନ । ମିଛ ଖବର ପ୍ରସାରଣ ପାଇଁ ଭାରତ ସରକାର ପକ୍ଷରୁ ପାକିସ୍ତାନର ୧୬ ଟି ୟୁଟ୍ୟୁବ ଚ୍ୟାନେଲ ସହ ଅନ୍ୟାନ୍ୟ ଟିଭି ଚ୍ୟାନେଲକୁ ବନ୍ଦ କରାଯାଇଛି । ସରକାରୀ ସୂତ୍ର ଅନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ ପାଇଁ […]

ପାକିସ୍ତାନ ଉପରେ ଡିଜିଟାଲ ଆକ୍ସନ ,ଭାରତରେ ବନ୍ଦ ହେଲା ୧୬ଟି ୟୁଟ୍ୟୁବ ଚାନେଲ
Samaya Live Picture
Published On

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କଡା ପଦକ୍ଷେପ ନେଉଛି ଭାରତ । ପାକିସ୍ତାନ ବିରୋଧରେ ହୋଇଛି ଡିଜିଟାଲ ଆକ୍ସନ । ମିଛ ଖବର ପ୍ରସାରଣ ପାଇଁ ଭାରତ ସରକାର ପକ୍ଷରୁ ପାକିସ୍ତାନର ୧୬ ଟି ୟୁଟ୍ୟୁବ ଚ୍ୟାନେଲ ସହ ଅନ୍ୟାନ୍ୟ ଟିଭି ଚ୍ୟାନେଲକୁ ବନ୍ଦ କରାଯାଇଛି ।

ସରକାରୀ ସୂତ୍ର ଅନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ ପାଇଁ ଭାରତରେ ମୋଟ ୬୩ ମିଲିୟନ୍‌ ସବସ୍କ୍ରାଇବର୍ ସହିତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ନିଷିଦ୍ଧ କରାଯାଇଛି। ଏଗୁଡିକ ମଧ୍ୟରେ ରହିଛି ଡନ୍ ଟିଭି, ସମା ଟିଭି,ଏରି ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫତାର, ଜିଓ ନ୍ୟୁଜ୍ ଏବଂ ସୁନୋ ନ୍ୟୁଜ୍ ଚ୍ୟାନେଲ ସହ ଆର୍ଜୁ କାଜମି ଟିଭି ଚ୍ୟାନେଲ ଏବଂ ସୟଦ ମୁଜାମିଲ ଶାହ ଟିଭି ।

ସେହିପରି ପୂର୍ବରୁ ପୂର୍ବରୁ ପାକିସ୍ତାନ ସୋସିଆଲ ହ୍ୟାଣ୍ଡଲ ‘x’ ଭାରତରେ ବନ୍ଦ କରିଥିଲେ କେନ୍ଦ୍ର ସରକାର। ଏହାସହ ସିନ୍ଧୁ ନଦୀ ପାଣି ବନ୍ଦ କରିବା ପରେ ଏବେ ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ।

Tags: